Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଚଳନ୍ତା AC ବସ୍‌ରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

29/08/2020 at 12:32 PM

ଆଗ୍ରା ୨୯/୮: ଯମୁନା ଏକ୍ସପ୍ରେସ ଓ୍ବେରେ ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏସି ବସରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣା ପରେ ମହିଳା ଏହାର ସୂଚନା​‌ ପୋଲିସକୁ ଦେଇଥିଲେ। ପୋଲିସ୍ ମାଣ୍ଟ ଟୋଲରୁ ବସକୁ ଜବତ କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି।

ମହିଳା ପୋଲିସକୁ କହିଥିଲେ ଯେ ଦିଲ୍ଲୀର ରୋହିଣୀରେ ସେକ୍ଟର ୨୧ ବାସିନ୍ଦା। ମହିଳା ବିବାହିତା। ଏକ ଏସି ବସ୍ ଲକ୍ଷ୍ନୌରୁ ଦିଲ୍ଲୀକୁ ଶୁକ୍ରବାର ସନ୍ଧ୍ୟାରେ ଯାଉଥିଲା। ଯମୁନା ଏକ୍ସପ୍ରେସ ଓ୍ବେରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ମହିଳା ମାଣ୍ଟ ଥାନାରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତା ବସରୁ ଫୋନରେ ୧୦୦ଡାୟଲ୍ କରି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ୍ ସକ୍ରିୟ ହୋଇଯାଇଥିଲା।

ପୋଲିସ୍ କହିଥିଲା ଯେ ସେମାନେ ବସର ପିଛା କରି ଗାଡ଼ିକୁ ରୋକିଥିଲେ। ପୋଲିସ୍ ବସକୁ ଜବତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ବସରେ ପାଖାପାଖି ୪୫ଜଣ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀଙ୍କୁ ଆଉ ଏକ ବସ୍ ଯୋଗେ ଦିଲ୍ଲୀ ପାଇଁ ଛଡ଼ା ଯାଇଥିଲା। ଅଭିଯୁକ୍ତ ରବି ମୋତିପୁରର ବାସିନ୍ଦା।

   Related Posts