ଲଜ୍ଜା : ଦୁଇ ନାବାଳକ ପୁଅଙ୍କୁ କବାଟ ବନ୍ଦ କରି ମା’କୁ ଦୁଷ୍କର୍ମ, ଅଭିଯୁକ୍ତ ଶିକ୍ଷକ ଫେରାର

Published By : Prameya-News7 Bureau | June 28, 2020 IST

ନିଶ୍ଚିନ୍ତକୋଇଲି ୨୮।୬: ମାହାଙ୍ଗାରେ ଲଜ୍ଜା । ଦୁଇ ନାବାଳକ ପୁଅଙ୍କୁ କବାଟ ବନ୍ଦ କରି ମା’କୁ ଦୁଷ୍କର୍ମ କଲା ଶିକ୍ଷକ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମାହାଙ୍ଗା ଥାନା ଅଞ୍ଚଳରେ । ଏ ନେଇ ମାହାଙ୍ଗା ଥାନାରେ ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମାହାଙ୍ଗା ଅଞ୍ଚଳର ଜଣେ ସରକାରୀ ଶିକ୍ଷକ ଲକ୍ ଡାଉନ୍ ସମୟରେ ଗାଁରେ ରହୁଥିବା ବେଳେ ସମ୍ପର୍କୀୟ ମାଇଁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ସ୍ବାମୀ ଘରେ ନଥିବା ବେଳେ ସଂପୃକ୍ତ ଶିକ୍ଷକ ରାଜକିଶୋର ବେହେରା ରାତିରେ ଘରେ ପଶିଥିଲେ । ମହିଳାଙ୍କୁ ଏକାକୀ ପାଇ ତାଙ୍କ ନାବାଳକ ଦୁଇ ପୁଅକୁ କବାଟ ବନ୍ଦ କରି ଜବରଦସ୍ତ ମା’ଙ୍କୁ ଦୁଷ୍କର୍ମ କରିଥିଲା ।

ଏହି ସମୟରେ ପୀଡିତାଙ୍କ ସ୍ବାମୀ ଆସି ପହଞ୍ଚି ଦୁଷ୍କର୍ମକାରୀ ଶିକ୍ଷକକୁ କାବୁ କରି ସ୍ତ୍ରୀକୁ ଉଦ୍ଧାର କରିଥିଲେ । ଏହାପରେ ଶିକ୍ଷକ ରାଜକିଶୋର ଉଲଗ୍ନ ଅବସ୍ଥାରେ ଛାତ ଉପର ଦେଇ ଖସି ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ମାହାଙ୍ଗା ଥାନାରେ ମହିଳା ଜଣଙ୍କ ଅଭିଯୋଗ କଲାପରେ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ଶିକ୍ଷକଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.