ନାଳରେ ପଡି ମହିଲା ମୃତ, ନିମ୍ନମାନର କାମ ଯୋଗୁଁ ପାଣି ଭର୍ତ୍ତି ହୋଇଥିବା ଅଭିଯୋଗ

Published By : Prameya-News7 Bureau | March 08, 2020 IST

ଆଠଗଡ, ୦୮|୦୩:  କଟକ ଜିଲ୍ଲା ଆଠଗଡ ଏନଏସି ଅନ୍ତର୍ଗତ ମୁସଲମାନ ବସ୍ତି ମସଜିଦ ପଛପଟରେ ଥିବା ଡ୍ରେନରେ ପଡି ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି ।ମୃତକ ହେଲେ ଛାୟା ନାଏକ। ତାଙ୍କ ଘର ବଡମ୍ବା ଥାନା ଅନ୍ତର୍ଗତ ଦିନିଆରି  ଗ୍ରାମର ହରିଜନ ସାହିରେ ବୋଲି ଜଣାପଡିଛି।

ଆଠଗଡ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ଡ୍ରେନ ଗୁଡିକରେ ପାଣି ଭର୍ତ୍ତି ହୋଇଯାଇଥିଲା । ବର୍ଷା ଛାଡିବା ପରେ ଛାୟା ନାଏକ ଶୌଚ କରିବାପାଇଁ ବଡ଼ପୋଖରୀକୁ ଯାଇଥିଲେ। ପ୍ରବଳ ବର୍ଷାରେ ଘରକୁ ଫେରିଲା ବେଳକୁ ମହିଳା ଜଣକ ନୂଆକରି ନିର୍ମାଣ ହୋଇଥିବା ଡ୍ରେନରେ ପଡିଯାଇଥିଲେ। ବର୍ଷା କାରଣରୁ ସେହି ରାସ୍ତା ଦେଇ କେହି ଯାଉନଥିଲେ, ଫଳରେ ଛୟା ପ୍ରାୟ ଅଧଘଣ୍ଟା ଧରି ଡ୍ରେନରେ ବୁଡି ରହିବା ଯୋଗୁ ତାଙ୍କର ସେଠାରେ ହିଁ ମୃତ୍ୟୁ ହୋଇତିଲା।

ନିର୍ମାଣ ହୋଇଥିବା ଡ୍ରେନ ନିମ୍ନମାନର ହେବା ସହିତ ଏହାର ଲେବଲିଙ୍ଗ ଠିକ୍ ନଥିବାରୁ ଡ୍ରେନରେ ପାଣି ଭର୍ତ୍ତି ହୋଇ ରହିଥବା ବେଳେ ମହିଳା ଜଣକର ମୃତୁ ଘଟିଛି ବୋଲି ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆଠଗଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.