ପିଶାଚୀ ମାଆ : ତୃତୀୟ ଥର ଝିଅ ଜନ୍ମ ହେବାରୁ ନବଜାତକୁ ପାଣିରେ ବୁଡ଼ାଇ ମାରି ଦେଲା ମାଆ
30/11/2020 at 11:26 AM

Image Courtesy : lokmat
ବାରାମତୀ ୩୦/୧୧: ନିଜ ନବଜାତ ଶିଶୁଙ୍କୁ ସବୁ ମାଆ ବହୁତ ଭଲ ପାଆନ୍ତି। ପୁଅ ହେଉ କିମ୍ବା ଝିଅ,ନବଜାତଙ୍କୁ ସବୁବେଳେ ସ୍ନେହ ସରାଗରେ ରଖାଯାଇଥାଏ କିନ୍ତୁ ଯଦି ମା ହିଁ ଶିଶୁଙ୍କ ଜୀବନ ନେଇଯାନ୍ତି ତେବେ ଏହାଠୁ ବଡ଼ ଦୁଃଖଦ ଖବର କ’ଣ ହୋଇପାରିବ। ଏପରି ଏକ ମାମଲା ଘଟିଛି ମହାରାଷ୍ଟ୍ରର ବାରାମତୀରେ। ଏଠାରେ ମାଆ ନିଜ ଶିଶୁକୁ ପାଣିରେ ବୁଡ଼ାଇ ହତ୍ୟା କରି ଦେଇଛି।
ଏଠାରେ ଜଣେ ମହିଳାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ନିଜ ଦେଢ଼ ମାସର ଶିଶୁକୁ ପାଣିରେ ବୁଡ଼ାଇ ମାରି ଦେଇଛି। କାରଣ ସେ ଝିଅ ଚାହୁଁନଥିଲେ ବରଂ ପୁତ୍ର ସନ୍ତାନର ଆଶା କରୁଥିଲେ।
ସୂଚନା ମୁତାବକ ଅଭିଯୁକ୍ତ ମହିଳା ନିଜ ବୟାନରେ କହିଥିଲା ଯେ ସେ ବିରକ୍ତ ହୋଇଯାଇଥିଲେ କାରଣ ଏହା ତାଙ୍କ ତୃତୀୟ ଝିଅ। ସେ ଆଶା କରିଥିଲେ ଯେ ଏଥର ତାଙ୍କର ଏକ ପୁତ୍ର ସନ୍ତାନ ହେବ। ତୃତୀୟ ଥର ଝିଅ ଜନ୍ମ ହେବାରୁ ସେ ରାଗି ଯାଇଥିଲେ ଏବଂ ତାକୁ ହତ୍ୟା କରି ଦେଇଥିଲେ।
ଗତ ୨ମାସରୁ ଅଭିଯୁକ୍ତ ମହିଳା ନିଜ ବାପଘରେ ରହୁଥିଲେ। ପତ୍ନୀର କାଣ୍ଡ ବିଷୟରେ ଜାଣି ତାଙ୍କ ସ୍ବାମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କ ବାପା କନ୍ୟା ସନ୍ତାନ ଜନ୍ମ ହୋଇଥିବାରୁ ବହୁତ ଖୁସି ହୋଇଥିଲେ।
ବର୍ତ୍ତମାନ ବାରାମତୀ ଟାଉନର ପୋଲିସ୍ ଅପରାଧ ମାମଲା ରୁଜୁ କରିଛି। ପୋଲିସ୍ ଏହି ମାମଲାରେ ତଦନ୍ତ କରୁଛି।
Related Posts
ଆମେରିକାକୁ ଚୀନର ନାଲିଆଖି, କହିଲା ତାଇବାନ ମାମଲାରେ ଦୂରେଇ ରୁହ
30 January 2023