scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜବ କାମ କରୁଛନ୍ତି ମହିଳା, ପାଦର ଫଟୋ ବିକ୍ରି କରି କରୁଛନ୍ତି ଲକ୍ଷ ଲକ୍ଷ ରୋଜଗାର

5/12/2023 at 5:26 PM

ନୂଆଦିଲ୍ଲୀ ୦୫।୧୨: ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରି ରୋଜଗାର କରନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଚାକିରି ବ୍ୟତୀତ ଭିନ୍ନ କାମ କରିଥାନ୍ତି, ଆଉ ଏଥିରୁ ମୋଟା ଅଙ୍କର କରିଥାନ୍ତି ରୋଜଗାର ।  ସେହିପରି ଆଉ କିଛି ଅଛନ୍ତି ଯେଉଁମାନେ କି କିଛି ଅଜବ କାମ କରିଥାନ୍ତି । ଏଥିପାଇଁ ସେମାନଙ୍କୁ କମ୍ ପରିଶ୍ରମରେ ମିଳିଥାଏ ଅଧିକ ଟଙ୍କା ।

ଏବେ ଏପରି କିଛି କାମ କରି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା । ସେ ଏଥିରୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରିପୋର୍ଟ ଅନୁଯାୟୀ ଏହି ମହିଳାଙ୍କ ନାଁ ହେଉଛି ଆଞ୍ଜେଲିକ୍ ଜେସ୍‌ । ଆଞ୍ଜେଲିକ୍ ଖୁବ୍ ଚର୍ଚ୍ଚାରେ । ସେ ନିଜ ହାତ ଅପେକ୍ଷା ପାଦରୁ କରୁଛନ୍ତି ମୋଟା ଅଙ୍କର ରୋଜଗାର । ସେ ଚାକିରି ମଧ୍ୟ କରିଛନ୍ତି  । ସେ ଏକ ଫ୍ୟାମିଲି ଡେଣ୍ଟାଲ୍‌ କ୍ଲିନିକ୍‌ ସେଣ୍ଟରରେ ରିସେପ୍ସନିଷ୍ଟ ଭାବରେ କାମ କରୁଛନ୍ତି ।  କିନ୍ତୁ ସେ ଏଥିରୁ ଯେତିକି ରୋଜଗାର କରନ୍ତିନି, ସେତିକି ତାଙ୍କ ପାଦରୁ ରୋଜଗାର କରନ୍ତି ।

ବାସ୍ତବରେ ସେ ବହୁତ କମ୍ ପରିଶ୍ରମ କରନ୍ତି । ତାଙ୍କର କାମ ହେଉଛି ସେ କେବଳ ତାଙ୍କ ପାଦର କିଛି ଫଟୋ କ୍ଲିକ୍ କରନ୍ତି ଏବଂ ଏହାକୁ ସୋଶିଆଲ୍‌ ମିଡିଆରେ ପୋଷ୍ଟ କରନ୍ତି । ଆଉ ଏଥିରୁ ହିଁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଖାସ୍‌ କଥା ହେଉଛି ତାଙ୍କୁ ଇଚ୍ଛା ମୁତାବକ ରକମ ମିଳିଥାଏ । ଆଞ୍ଜେଲିକ ହେଉଛନ୍ତି ଜଣେ ସିଙ୍ଗଲ୍‌ ମଦର । ସେ ତାଙ୍କ ଝିଅ ପାଇଁ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି ।

ଆଉ ଏହାପରେ ହିଁ ସେ ଏପରି କରିବା ଆରମ୍ଭ କରିଥିଲେ । ଆଞ୍ଜେଲିକ୍ ଜେସଙ୍କ ବୟସ ୨୬ ବର୍ଷ । ସେ ତାଙ୍କ ଝିଅ ସହ ଏକାକୀ ରୁହନ୍ତି । ସେ ନିଜର ଝିଅର ଲାଳନପାଳନ ପାଇଁ ଏପରି କାମ କାମ ଆରମ୍ଭ କରିଥିଲେ । ଏଥିପାଇଁ ସେ Fun With Feet ନାଁର ଏକ ସବସ୍କିପସନ୍‌ ସାଇଟ୍‌ରେ ନିଜର ନାଁ ରେଜିଷ୍ଟର କରିଛନ୍ତି । ଆଉ ଏଠାରେ ସେ ତାଙ୍କର ସୁନ୍ଦର ପାଦର ଫଟୋ ପୋଷ୍ଟ କରିବା ଆରମ୍ଭ କରିଥିଲେ ।

ଏହି ଫଟୋ ମାଧ୍ୟମରେ ସେ ମୋଟା ଅଙ୍କର ଟଙ୍କା ରୋଜଗାର କରିଥାନ୍ତି । ଆଞ୍ଜେଲିକ କହିଛନ୍ତି ଯେ ଲୋକମାନେ ତାଙ୍କୁ ଅଜବ ରିକ୍ୟୁଏଷ୍ଟ କରିଥାନ୍ତି । ଆଉ ଏହାକୁ ଆଞ୍ଜେଲିକ ପୂରଣ କରିଥାନ୍ତି ଏବଂ  ଏହାର ପ୍ରତିବଦଳରେ ସେ ବହୁତ ଟଙ୍କା ପାଆନ୍ତି । ସେ କହିଛନ୍ତି ଯେ ଜଣେ ୟୁଜର୍ସ ତାଙ୍କୁ ତାଙ୍କ ପାଦର ପାଇଁ ଅନୁରୋଧ କରିଥିଲେ । ଆଉ ଏଥିପାଇଁ ତାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଦେଇଥିଲେ ।  ସେ ଏଥିରୁ କମ୍ ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରିଥାନ୍ତି ଏବଂ ନିଜ ଝିଅକୁ ଭଲ ଜୀବନଶୈଳୀ ଦେବାକୁ ସକ୍ଷମ ଅଟନ୍ତି ।   

You Can Read:

   Related Posts