ଡାକ୍ତର ପ୍ରେମିକାଙ୍କୁ ଛୁରୀ ଭୁଶି ହତ୍ୟା କଲା ବଏଫ୍ରେଣ୍ଡ୍, ଫେସବୁକ୍ ପୋଷ୍ଟରୁ ହେଲା ଖୁଲାସା
10/03/2023 at 8:57 PM

ନୂଆଦିଲ୍ଳୀ, ୧୦/୦୩: ଦିଲ୍ଳୀ ଶ୍ରଦ୍ଧା ହତ୍ୟାକାଣ୍ଡ ପରି ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଛୁରୀ ଭୁଶି ହତ୍ୟା କରିଛି। ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରରୁ ଆସିଛି ଏହି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଡାକ୍ତରଙ୍କୁ ତାଙ୍କ ବଏଫ୍ରେଣ୍ଡ ଛୁରୀ ଭୁଶି ହତ୍ୟା କରିଛି। ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଅବଶ୍ୟ ସେ ବଞ୍ଚିଯାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମାମଲା ରୁଜୁ କରିଛି। ମୃତ ଡାକ୍ତରଙ୍କ ନାମ ସୁମେଧା ବୋଲି ଜଣାପଡ଼ିଛି। ସେହିପରି ଯୁବକଙ୍କ ନାମ ଜୋହର ଗନଇ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁମେଧା ଏବଂ ଜୋହର ଉଭୟ ଜମ୍ମୁ କାଶ୍ମୀରର। ଉଭୟ ଜମ୍ମୁର ଏକ କଲେଜରେ ବିଡିଏସ ପଢ଼ୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟ ସଂପର୍କ ଗଢ଼ିଉଠିଥିଲା। ଏହାପରେ ସୁମେଧା ଅଧିକ ପଢ଼ିବା ପାଇଁ ବାହାରକୁ ଚାଲିଯାଇଥିଲେ। ହୋଲି ଛୁଟିରେ ସୁମେଧା ଜମ୍ମୁ ଫେରିଥିଲେ ଏବଂ ଜୋହରଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ହେଲେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଯେଉଁଥିରେ ଉତ୍ୟକ୍ତ ହୋଇ ଜୋହର ସୁମେଧାଙ୍କୁ ଛୁରୀ ମାରି ହତ୍ୟା କରିଦେଇଥିଲେ। ଏଥିରେ ସୁମେଧାଙ୍କ ମୃତ୍ୟୁ ହୋଇଥିଲା।
ତେବେ ଜୋହରଙ୍କ ଏକ ଫେସବୁକ୍ ପୋଷ୍ଟରୁ ଘଟଣା ସାମ୍ନାକୁ ଆସିଥିଲା। ଏହି ପୋଷ୍ଟରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଲେଖିଥିଲେ। ତାଙ୍କର ଏହି ପୋଷ୍ଟକୁ ଜଣେ ସଂପର୍କୀୟ ପଢ଼ିଥିଲେ ଏବଂ ପୋଲିସ୍କୁ ଏନେଇ ସୂଚନା ଦେଇଥିଲେ। ପୋଳିସ୍ ଜୋହରଙ୍କ ଘରେ ପହଞ୍ଚି ସୁମେଧାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। କିନ୍ତୁ ଡାକ୍ତର ସୁମେଧାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଜୋହରଙ୍କ ପେଟରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଜୋହରକୁ ସରକାରୀ ମେଡିକାଲ କଲେଜ୍ରେ ଚିକିତ୍ସା କରାଯାଉଛି। ପୋଲିସ୍ ମାମଲା ରୁଜୁ କରି ଯାଞ୍ଚ କରିଛି।