ଅଭାବନୀୟ ! କୁଲରରେ ପାଣି ଭର୍ତ୍ତି କରୁଥିବାବେଳେ ବିଦ୍ୟୁତ ଆଘାତରେ ମହିଳା ମୃତ

Published By : Prameya-News7 Bureau | June 10, 2024 IST

representative

ଦେବଗଡ଼: ବିଦ୍ୟୁତ ଆଘାତରେ ମହିଳା ମୃତ । ସୋମବାର, ସହରର ତିନି ନମ୍ବର ୱାର୍ଡ ଭୁଲିଆସାହିରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଭୁଲିଆସାହିର ରଞ୍ଜିତ ଯାଦବଙ୍କ ସ୍ତ୍ରୀ ରାଜକୁମାରୀ ।

ସୂଚନା ଅନୁଯାୟୀ, ରାଜକୁମାରୀ ଘରେ ଥିବା କୁଲରରେ ପାଣି ଭର୍ତ୍ତି କରୁଥିଲେ। ମାତ୍ର ଏହି ସମୟରେ ସର୍ଟ ସର୍କିଟ ଫଳରେ ତାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥଶାରେ ମୃତ୍ୟୁ ହୋଇଛି। ଘଟଣା ପରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ମୃତ ଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.