ପୋଷା ବିଲେଇକୁ ଉଦ୍ଧାର ଉଦ୍ୟମରେ ୮ ମହଲାରୁ ତଳକୁ ଖସିପଡିଲେ ମହିଳା, ମୃତ

Published By : Prameya-News7 Bureau | November 28, 2023 IST

କୋଲକାତା ୨୮।୧୧: ପୋଷା ବିଲେଇକୁ ଉଦ୍ଧାର କରିବା ଉଦ୍ୟମ କରି କୋଲକାତାରେ ଜଣେ ମହିଳା ମଙ୍ଗଳବାର ୮ ମହଲାରୁ ତଳକୁ ପଡି ପ୍ରାଣ ହରାଇଛନ୍ତି। ବିଲେଇଟି ବିଲ୍ଡିଂର ଟପ୍ ଫ୍ଲୋରରେ ବନ୍ଧାଯାଇଥିବା ଚାନ୍ଦୁଆରେ ଫଶି ଯାଇଥିଲା। ମହିଳା ତାକୁ ଉଦ୍ଧର କରିବାକୁ ଉଦ୍ୟମ କରି ମୃତ୍ୟୁବରଣ କରିଛନ୍ତି। ମହିଳାଙ୍କ ପରିବାର ଚଳିତ ମାସରେ ଫ୍ଲାଟକୁ ନୂଆ କରି ଆସିଥିଲେ। ସେମାନେ ଘରଭଡା ନେଇ ରହୁଥିଲେ। କୋଲକାତା ଟଲିଗଞ୍ଜ ଇଲାକାରେ ହୋଇଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।

ମୃତ ମହିଳାଙ୍କୁ ଅଞ୍ଜନା ଦାସ ଭାବେ ଚିହ୍ନଟ କରାଯାଇଛି। ଲ୍ୟାବ୍ ଆଭେନ୍ୟୁ ରୋଡରେ ଥିବା ସୋସାଇଟିରେ ଗାର୍ଡ ଓ ଅନ୍ୟଲୋକମାନେ ପୂର୍ବାହ୍ନ ପ୍ରାୟ ୮ଟା ବେଳେ ଦୁମ କରି କିଛି ପଡିବା ଶୁଣି ଦୌଡିଯାଇ ମହିଳାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।  ହେଲେ ଅଞ୍ଜନା ଯେଉଁ ବିଲେଇକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲେ ବିଲ୍ଡିଂରେ ଲୋକେ ତାକୁ ସୁରକ୍ଷିତ ବାହାର କରିଦେଇଛନ୍ତି।

{"align":"center","id":875854,"sizeSlug":"full","linkDestination":"none"}

ପାଖପଡୋଶୀଙ୍କ କହିବା ଅନୁସାରେ ଅଞ୍ଜନା ତାଙ୍କ ବିଲେଇକୁ ରବିବାର ଠାରୁ ଖୋଜୁଥିଲେ। ସୋମବାର ବିଲେଇ ପାଲରେ ଫଶି ରହିଥିବା ଜାଣିବାକୁ ପାଇଥିଲେ। ବିଲେଇ ଚାନ୍ଦୁଆରେ ଫଶି ରହିଥିବା ଜାଣିବା ପରଠାରୁ ସେଠାରୁ ତାକୁ ବାହାର କରିବାକୁ ଉଦ୍ୟମ କରୁଥିଲେ। ଆପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଅନୁସାରେ ଅଞ୍ଜନା ବିଲେଇକୁ ପାଲରୁ ତଳକୁ ବାହାର କରିବା ପାଇଁ ଉପରକୁ ଚଢିବାକୁ ପାଇଁ ଚପଲ ଖୋଲି ଛାତ ବାଡକୁ ଉଠିଥିଲେ। ତେବେ ତାଙ୍କ ଗୋଡ ଖସିଯିବାରୁ ସେ ଉପରୁ ତଳକୁ ଖସି ପଡିଛନ୍ତି।

ସେ ବିଲେଇକୁ ପାଖାପାଖି ଦେଢମାସ ପୂର୍ବେ ଘରକୁ ଆଣିଥିଲେ, ଯିଏ ନିକଟରେ ୩ଟି ପିଲା ଦେଇଥିଲା। ପଡୋଶୀଙ୍କ ସୂଚନା ଅନୁସାରେ ଅଞ୍ଜନା ଆପାର୍ଟମେଣ୍ଟରେ ତାଙ୍କ ବୁଢି ମାଙ୍କ ସହିତ ରହୁଥିଲେ। ସେମାନେ ମାସେ ହେଲା ଏହି ସୋସାଇଟିରେ ରହୁଥିଲେ।  ପଡୋସୀଙ୍କ ସୂଚନା ଅନୁସାରେ ଅଞ୍ଜନାଙ୍କ ପୈତୃକ ଘର ଶରତ ବୋସ ରୋଡରେ ଅଛି। ସେହି ଘରର ରିନୋଭେସନ କାମ ଚାଲୁଥିବାରୁ ପ୍ରମୋଟର ସେମାନଙ୍କ ନିମନ୍ତେ ଏହି ଆପାର୍ଟମେଣ୍ଟରେ ଘର ବ୍ୟବସ୍ଥା କରିଥିଲେ।  ସେମାନେ ଏଠାରେ ୧୧ ମାସ ଅବସ୍ଥାନ କରିଥାନ୍ତେ, ତେବେ ଅଞ୍ଜନାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅଞ୍ଜନାଙ୍କ ସହିତ ତାଙ୍କ ସ୍ୱାମୀ ରହୁନଥିଲେ। ତାଙ୍କୁ ଘଟଣା ସମ୍ପର୍କରେ ସୂଚିତ କରିଦିଆଯାଇଛି।

ଦୁଇ ଦିନ ବଢିଲା ଇସ୍ରାଏଲ ଓ ହମାସ ଯୁଦ୍ଧ ବିରାମ, ମଧ୍ୟସ୍ଥି କତର କଲା ଘୋଷଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.