ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଘରୋଇ କଳିରୁ କିରାସିନି ଢାଳି ଆତ୍ମହତ୍ୟା, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ୍‌

24/06/2021 at 10:58 PM

ନୀଳଗିରି, ୨୪/୬: ଘରୋଇ କଳି ପାଇଁ ଦେହରେ କିରାସିନି ଢାଳି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ନୀଳଗିରି ଅଯୋଧ୍ୟା ଫାଣ୍ଡି ଅଧିନ କମାରଖାଲିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଅଧିନ ଭଉଁରିଆବାଡ଼ ପଂଚାୟତର କମାରଖାଲିଆ ଗାଁର ସନାତନ ସିଂ ଙ୍କ ସହିତ ତାଙ୍କ ସ୍ତ୍ରୀ ବୁଧୁନି (୨୮)ଙ୍କର କୌଣସି କାରଣରୁ ସନ୍ଧ୍ୟାରେ ପାଟିତୁଣ୍ଡ ହୋଇଥିଲା । ପରେ ବୁଧୁନି ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ ।

ଗୁରୁତର ଭାବେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଅର୍ଦ୍ଧାଧିକ ଶରୀର ପୋଡି ଯାଇଥିବା ଜଣାପଡିଛି । ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଅଯୋଧ୍ୟା ଫାଣ୍ଡି ଅଧିକାରୀ ମନୋରଂଜନ ପୁହାଣ ତଦନ୍ତ କରି ଶବଟିର ପୋଷ୍ଟ ମୋଟର୍ମ କରିଛନ୍ତି।

   Related Posts