ଢେଙ୍କାନାଳରେ ମହିଳାଙ୍କୁ କଚାଡି ମାରିଲା ହାତୀ
19/07/2019 at 9:32 AM

ଢେଙ୍କାନାଳ ୧୯|୭: ଢ଼େଙ୍କାନାଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗାଁ ଭିତରେ ପଶି ମହିଳାଙ୍କୁ କଚାଡି ମାରିଲା ଦନ୍ତା । ମୃତ ମହିଳା ହେଲେ ଉର୍ମିଳା ନାୟକ । ଢ଼େଙ୍କାନାଳ ସଦର କାଉଁରିଆପାଳ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଆଜି ବଡି ଭୋରରୁ ମହିଳା ଜଣଙ୍କ ବାଡି ପଛ ପଟକୁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ଗାଁରେ ହାତୀ ଆତଙ୍କ ଖେଳାଇ ଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।