ଚୋରା ମୋରମ ଖଣିରେ କାଠ ଗୋଟାଇବା ହେଲା କାଳ, ଅତଡା ଖସି ମହିଳାଙ୍କ ମୃତ୍ୟୁ
11/11/2023 at 11:44 AM

ଆନନ୍ଦପୁର ୧୧।୧୧: ଚୋରା ମୋରମ ଖଣିରେ କାଠ ଗୋଟାଇବା ହେଲା କାଳ । ମୋରମ ଅତଡା ଖସି ମହିଳାଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅସିଆ ଗାଁରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ଚୋରା ମୋରମ ଖଣିରେ ପଡିଥିବା କିଛି ଶୁଖିଲା କାଠ ଗୋଟାଇବା ସମୟରେ ହଠାତ ମୋରମ ଅତଡା ସହ ଉପରେ ଥିବା ବାଉଁଶ ବୁଦା ଖସି ପଡିଥିଲା । ଫଳରେ ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅସିଆ ଗାଁରେ ଶନିବାର ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ରମେଶ ମୁଣ୍ଡାଙ୍କ ପତ୍ନୀ ରୀନା ମୁଣ୍ଡା । ମୋରମ ଖଣି ସରକାରୀ ସ୍ତରରେ ନିଲାମ ହୋଇ ନଥିବା ବେଳେ କିଛି ମାଫିଆ ସେହି ସ୍ଥାନରେ ମେସିନ ଲଗାଇ ମୋରମ ଉତ୍ତୋଳନ କରୁଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସଂପୃକ୍ତ ମାଫିଆ ମାନେ ସେହି ସ୍ଥାନରୁ ମୋରମ ଖୋଳିଥିବାରୁ ଶନିବାର ଏଭଳି ଅଘଟଣ ଘଟିଛି । ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
You Can Read :