ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଆକ୍ରମଣ କଲା ମାଙ୍କଡ, ଛାତରୁ ଖସି ମହିଳାଙ୍କ ମୃତ୍ୟୁ

3/01/2020 at 2:49 PM

ଯାଜପୁର ୩।୧: ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବରୀଲୋ ଗାଁର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ ମୃତ୍ୟୁ ହୋଇଛି । ଆଜି ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ମାଙ୍କଡ ତାଙ୍କୁ ଆକ୍ରମଣ କରିଥିଲା । ଭୟଭୀତ ହୋଇ ଦୌଡି ପଳାଇ ଯାଉଥିବାବେଳେ ଛାତରୁ ଖସିପଡିଥିଲେ। ଘର ଲୋକେ ଜୟନ୍ତୀ ତଳେ ପଡିଥିବାର ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛି । ଜୟନ୍ତୀଙ୍କ ମୃତ୍ୟୁ ପରେ ଗ୍ରାମରେ ମାଙ୍କଡ ଉପଦ୍ରବକୁ ନେଇ ଭୟର ସୃଷ୍ଟି ହୋଇଛି । ମାଙ୍କଡମାନଙ୍କର ଉପଦ୍ରବ ଏବଂ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିବା ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

   Related Posts