କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ
18/09/2023 at 12:47 PM

ଲମତାପୁଟ ୧୮।୯: କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଟେରାଗୁଡା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଟେରାଗୁଡା ଗ୍ରାମର ଇରାମଣି ମୁଦୁଲି ସକାଳୁ ଶୌଚ ହେବା ପାଇଁ କୋଲାବ ଜଳଭଣ୍ଡାରକୁ ଯାଇଥିଲେ । ଗୋଡ଼ ଖସି ଜଳଭଣ୍ଡାରରେ ନିଖୋଜ ହୋଇଯାଇଥିଲେ l ଘରକୁ ଫେରିବା ଡେରି ହେବା ସହ ସେ ଫେରିନଥିବା ନେଇ ଖୋଜାଖୋଜି କରିଥିଲେ । ଜଳଭଣ୍ଡାର ନିକଟରେ ଚପଲ ଦେଖି ସନ୍ଦେହରେ ଲମତାପୁଟ ଅଗ୍ନିଶମକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ପହଞ୍ଚି ଜଳଭଣ୍ଡାରରେ ଖୋଜାଖୋଜି କରିବା ବେଳେ ୨୫ ଫୁଟ ଗଭୀରରେ ମହିଳାଙ୍କ ମୃତଦେହ ରହିଥିଲା । ଅଗ୍ନିଶମ ବାହିନୀ କୂଳକୁ ଉଦ୍ଧାର କରି ଆଣିଥିଲେ । ମହିଳାଙ୍କ ମୃତଦେହ ଲମତାପୁଟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି l ଅଞ୍ଚଳରେ ଏହି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l
You Can Read :