ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜାଲନା ସହରରେ ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ସରକାରୀ ଡାକ୍ତରଙ୍କ ଏକ କମିଟିର ତଦନ୍ତ ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରସବ ପରେ ଜଣେ ୨୬ ବର୍ଷୀୟ ମହିଳାଙ୍କ ମୃତ୍ୟୁର ତଦନ୍ତ ନେଇ ସରକାରୀ ଡାକ୍ତରଙ୍କ ଏକ କମିଟି ଗଠନ କରାଯାଇଥିଲା। କମିଟି ଦ୍ୱାରା ଅବହେଳା ମାମଲାରେ ଦୋଷୀ ପ୍ରମାଣିତ କରାଯିବା ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।
ବରିଷ୍ଠ ଡାକ୍ତରଙ୍କ କମିଟିର ରିପୋର୍ଟକୁ ଅଧାର କରି ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଡାକ୍ତର ମହିଳା ରୋଗୀଙ୍କୁ ଅନୁଭବହୀନ ନର୍ସିଂ ଷ୍ଟାଫଙ୍କ ଭରଷାରେ ଛାଡି ମର୍ଣ୍ଣିଂ ୱାକ ପାଇଁ ଚାଲିଯାଇଥିଲେ । ପୋଲିସ ସୂଚନା ଅନୁସାରେ, ଏପ୍ରିଲ ୧୩ରେ ସନ୍ତାନକୁ ଜନ୍ମ ଦେବା ପରେ ପ୍ରସବଜନିତ ରକ୍ତସ୍ରାବ ଯୋଗୁଁ ନେହା ଲିଧୋରିଆଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ, ନେହାଙ୍କ ମୃତ୍ୟୁ ପୂର୍ବରୁ ସେ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଥିଲେ ।
ଭୁଲ କରିଥିବା ଡାକ୍ତର ଏବଂ ନର୍ସିଂ ଷ୍ଟାଫ ରୋଗୀଙ୍କୁ ରକ୍ତ ଆବଶ୍ୟକତା ଥିବା ନେଇ ସୂଚନା ଦେଇ ନଥିଲେ । ଯେଉଁଥି ପାଇଁ ଅତ୍ୟଧିକ ରକ୍ତହାନୀ ଯୋଗୁଁ ନେହାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ସରକାରୀ ଜିଲ୍ଲା ହସ୍ପିଟାଲରେ ଅଭିଯୋଗ କରି ପତ୍ନୀଙ୍କ ମୃତ୍ୟୁର ତଦନ୍ତ ପାଇଁ ଦାବି କରିଥିଲେ । ଏହି ଅଭିଯୋଗକୁ ଜିଏମସିଏଚ ପ୍ୟାନେଲକୁ ପଠାଯାଇଥିଲା। ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ବିରୋଧରେ ଆଇପିସିର ଧାରା ୩୦୪ ( ଅବହେଳାରୁ ମୃତ୍ୟୁ) ଅଧିନରେ ମାମଲା ରୁଜୁ କରାଯାଇଛି ।