ସ୍ବାମୀ ଉପରେ ପ୍ରତିଶୋଧ, ପୁଅକୁ ହତ୍ୟା କଲା ମାଆ : ୪ବର୍ଷର ଶିଶୁକୁ ପାଣିଟାଙ୍କିରେ ବୁଡ଼ାଇ କଲବଲ କରି ମାରିଲା

Published By : Prameya-News7 Bureau | March 02, 2020 IST

ଝୁନଝୁଣୁ ୨/୩: ରାଜସ୍ଥାନର ଝୁନଝୁଣୁ ଜିଲ୍ଲାରେ ଜଣେ ମହିଳାଙ୍କୁ ନିଜର ୪ବର୍ଷର ନିରୀହ ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ ପ୍ରତିଶୋଧ ନେବା ପାଇଁ ମହିଳା ନିଜ ପିଲାଙ୍କୁ ପାଣି ଟାଙ୍କିରେ ବୁଡ଼ାଇ ମାରି ଦେଇଛନ୍ତି।

ବୁଢ଼ାନିଆ ଗାଁର ପନ୍ନରାମ ଶନିବାର ସକାଳେ ମନ୍ଦରେଲା ପୋଲିସ୍ ଷ୍ଟେସନ୍ ପହଞ୍ଚିଥିଲେ ଏବଂ ଅଜଣା ଲୋକଙ୍କ ବିରୋଧରେ ନିଜ ୪ବର୍ଷର ପୁତୁରା ଭିଭାନ ସ୍ବାମୀଙ୍କୁ ହତ୍ୟା କରିବା ଏବଂ ଭାଉଜ ସୁନିତାଙ୍କ ହାତ ଶିରା କାଟିବା ମାମଲା ରୁଜୁ କରିଛନ୍ତି।

ଫରେନସିକ୍ ବିଭାଗ ଏବଂ ଡଗ୍ ସ୍କ୍ବାର୍ଡ଼ ସମେତ ବରିଷ୍ଠ ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡଗ୍ ସ୍କ୍ବାର୍ଡ଼କୁ ଏକ ରକ୍ତଭିଜା ବ୍ଲେଡ ସୁନିତାଙ୍କ ଖଟରୁ ମିଳିଥିଲା। ଅଭିଯୁକ୍ତଙ୍କ ବିଛଣା ନିକଟରେ ଚଟାଣରେ ରକ୍ତଦାଗ ମଧ୍ୟ ଦେଖିବାକୁ ମିଳିଥିଲା ଯାହା ଫଳରେ ତାଙ୍କ ସନ୍ଦେହ ବଢ଼ିଥିଲା।

ସୁନିତାଙ୍କ ସମେତ ପରିବାରର ସମସ୍ତ ସଦସ୍ୟଙ୍କୁ ପଚରାଉଚୁରା କରାଯାଇଥିଲା। ପଚରାଉଚୁରାରେ ସୁନିତା ସ୍ବୀକାର କରିଥିଲେ ଯେ ସେ ତାଙ୍କ ଛୁଆକୁ ହତ୍ୟା କରିଛନ୍ତି ଏବଂ ଧ୍ୟାନ ହଟାଇବା ପାଇଁ ନିଜ ହାତର ଶିରା କାଟିଥିଲେ। ସୁନିତା ତାଙ୍କ ପିଲାଙ୍କୁ ଏଥିପାଇଁ ହତ୍ୟା କରିଥିଲେ କାରଣ ସ୍ବାମୀଙ୍କ ସହ ସବୁବେ​‌ଳେ ଝଗଡ଼ା ହେଉଥିବାରୁ ସେ ଚିନ୍ତିତ ଥିଲେ। ତାଙ୍କ ସ୍ବାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏଥିପାଇଁ ସୁନିତା ତାଙ୍କ ପୁଅଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ୍ ଏହି ମାମଲାର ତଦନ୍ତ ଆଗକୁ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.