ପୁଅ ମୁହଁକୁ ଦେଖି ମା'ର ହେଲା ସନ୍ଦେହ, ଫ୍ଲାସ୍‌ ଲାଇଟ୍‌ରୁ ଜାଣିପାରିଲେ ହୋଇଛି କ୍ୟାନସର୍‌

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ପିଲାମାନଙ୍କଠାରୁ ଫୋନ୍‌କୁ ଦୂରେଇ ରଖିବା ଉଚିତ୍ ବୋଲି ଅନେକ କୁହନ୍ତି। କିନ୍ତୁ ଏହି ଫୋନ୍ ଯୋଗୁଁ ଜଣେ ମହିଳା ନିଜ ପିଲାଙ୍କଠାରେ ରୋଗ ବିଷୟରେ ଜାଣିପାରିଲେ। ମହିଳା ଜଣକ ତାଙ୍କ ୩ ମାସର ପୁଅର ଫଟୋ ଉଠାଉଥିଲେ, ଯେତେବେଳେ ସେ ମୋବାଇଲର ଫ୍ଲାସ୍‌ ଲାଇଟ୍‌ରୁ ଯାହା ଦେଖିଥିଲେ ତାହା ଅତ୍ୟନ୍ତ ଭୟାନକ ଥିଲା। ଏହା ଜଣାପଡିଥିଲା ​​ଯେ ପୁଅର ଏକ ବିରଳ କର୍କଟ ରୋଗରେ ଆକ୍ରାନ୍ତ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଲଣ୍ଡନର କେଣ୍ଟରେ ରହୁଥିବା ୪୦ ବର୍ଷୀୟ ସାରା ହେଡେଜ୍ ନଭେମ୍ବର ୨୦୨୨ରେ ଘରେ ରୋଷେଇ କରୁଥିଲେ। ତା’ପରେ ତାଙ୍କ ଆଖି ତାଙ୍କର ୩ ମାସର ପିଲା ଉପରେ ପଡିଗଲା। ତାଙ୍କ ଆଖିରେ ଏକ ଅଦ୍ଭୁତ ଧଳା ଚମକ ଦେଖାଯାଇଥିଲା। ତାର ଆଖି ବିଲେଇ ଭଳି ଦେଖାଯାଉଥିଲା। ଏହା ଅସ୍ୱାଭାବିକ ଥିବାରୁ ମହିଳା ଜଣକ ଚିନ୍ତିତ ଥିଲେ। ସେ ତୁରନ୍ତ ନିଜ ସ୍ମାର୍ଟଫୋନର ଫ୍ଲାସ୍ ଲାଇଟ୍ ଅନ୍ କରି ଏହାକୁ ଅତି ନିକଟରୁ ଦେଖିବାକୁ ଲାଗିଲେ। ସେ ଯାହା ଦେଖିଲେ, ସେ ତୁରନ୍ତ ଇଣ୍ଟରନେଟରେ ସର୍ଚ୍ଚ କରିବାକୁ ଲାଗିଲେ।

କିଛି ସମୟ ପରେ ସେ ନିଜ ସ୍ମାର୍ଟଫୋନର ଫ୍ଲାସ୍ ଅନ୍‌ କରି ପୁଅ ଥୋମାସର କିଛି ଫଟୋ ଉଠାଇଥିଲେ।  କିନ୍ତୁ ସେଇ ଅସ୍ୱାଭାବିକ ଚମକ କିଛି କ୍ଷଣ ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲା। ତା’ପରେ ମହିଳା ଭାବିଲେ ଯେ ବୋଧହୁଏ ଏହି ଫ୍ଲାସ୍‌ ଲାଇଟ୍‌ ଦ୍ୱାରା ହୋଇଥାଇପାରେ। କିନ୍ତୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ସେ ତାଙ୍କ ପୁଅ ଥୋମାସକୁ ବିଭିନ୍ନ ରୁମ୍‌କୁ ନେଇ ଅତି ନିକଟରୁ ଚାହିଁ ରହିଲେ। କିଛି ସମୟ ପରେ ସେହି ଆଖିରେ ପୁଣି ସେହି ଧଳା ଚମକ ଦେଖାଗଲା।

ଏହା ପରେ ସେ ପୁଣି ଇଣ୍ଟରନେଟରେ ସର୍ଚ୍ଚ କରିବାକୁ ଲାଗିଲେ କିନ୍ତୁ ରେଜଲ୍ଟ ଦେଖିବା ପରେ ସେ ଭୟଭୀତ ହେଲେ। ଏହା ହେଉଛି କ୍ୟାନସର୍‌ ବା କର୍କଟ। ତା’ପରେ ସେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ବିଭିନ୍ନ ପରୀକ୍ଷା ପରେ ଡାକ୍ତର କ୍ୟାନସର୍‌ ରୋଗରେ ଆକ୍ରାନ୍ତ ନେଇ ସ୍ପଷ୍ଟ ହୋଇଛନ୍ତି। ଏହା ଆଖିର ଏକ ବିରଳ କର୍କଟ ରେଟିନୋବ୍ଲାଷ୍ଟୋମା କୁହାଯାଏ।  ଏହାଦ୍ୱାରା ଦୃଷ୍ଟି ଶକ୍ତି ନଷ୍ଟ ହୋଇପାରେ। ଏହା ଜାଣିବା ପରେ ସାରା ଚିନ୍ତିତ ହୋଇପଡ଼ିଥିଲେ। ସେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ନଭେମ୍ବର 2022 ରେ କେମୋଥେରାପି ୬ ଥର କରାଯାଇଥିଲା। ୨୦୨୩ ମେ ୧୦ରେ ଡାକ୍ତରମାନେ ଶେଷରେ ତାଙ୍କୁ କର୍କଟମୁକ୍ତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.