WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ତାତିଲେ ମହିଳା

26/09/2023 at 12:34 PM

ରାଉରକେଲା ୨୬/୦୯: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଆଦିବାସୀ ମହିଳାଙ୍କ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।

କହିବାକୁ ଗଲେ ପୋଲିସ ରିପୋର୍ଟରୁ ପାଣିରେ ବୁଡି ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ପୋଲିସ କରିଛି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି । ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲାପାଳ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଗୁରୁଣ୍ଡିଆ bdo Cdpoଙ୍କ ସହ ଜଣେ ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନାହିଁ ।

ସୂଚନା ଥାଉକି, ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ସନ୍ଦେହଜନକ ମୁତ୍ୟୁକୁ ନେଇ ବଢିଥିଲା ସସ୍‌ପେନ୍ସ । ରାଉରକେଲା ଅତିରିକ୍ତି ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ । ପରିବାର ଲୋକଙ୍କ ଅଭିଯୋଗ କାର୍ଯ୍ୟରେ ମାତ୍ରାଧିକ ଚାପ ସହ ରାଉରକେଲା ଅତିରିକ୍ତି ଜିଲ୍ଲାପାଳ ତଥା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଯୋଗୁଁ ସୁସ୍ମିତାଙ୍କ ମୃତ୍ୟୁ ଘଟିଛ ।

ଆଉ ଏହି ମୃତ୍ୟୁ ସାଧାରଣ ନୁହେଁ ବରଂ ହତ୍ୟା କରାଯାଇଛି । ଗୋଟିଏ ପଟେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ପରିବାର ଲୋକେ ପ୍ଲାଣ୍ଟ ସାଇଟ୍ ଥାନାରେ ହତ୍ୟା ମାମଲା ରୁଜୁ କରିଛି । ଫଳରେ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ଗତ ସପ୍ତାହରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୩୫ ବର୍ଷୀୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ସେନ୍‌ସୋରୀ ପାର୍କ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୃତଦେହ ପୋଲିସ୍‌ ଜବତ କରିଥିବାବେଳେ ବୁଧବାର ପରିଚୟ ସ୍ପଷ୍ଟ ହୋଇଥିଲା । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

you can also read….

   Related Posts