ବିବାହର ମାସେ ପୂର୍ବରୁ ସନ୍ତାନ ପ୍ରସବ କଲେ ଯୁବତୀ

Published By : Prameya-News7 Bureau | January 14, 2019 IST

କୋରବା ୧୪/୧: କୁସୁମୁଡ଼ା ଅଞ୍ଚଳରେ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି। ଜଣେ ଯୁବତୀ ବିବାହର ମାସେ ପୂର୍ବରୁ ଶିଶୁକୁ ଜନ୍ମ ଦେଇଛନ୍ତି। ଯୁବତୀଜଣକ ଫେବୃୟାରୀ ମାସରେ ବିବାହ କରିଥାନ୍ତେ,କିନ୍ତୁ ତା ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ। ଆଜି ଜିଲ୍ଲା ହସ୍ପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ପରେ ପୂରା ପରିବାରରେ ଆଲୋଡ଼ନ ସୃଷ୍ଟି ହୋଇଛି।

କୁସୁମୁଡ଼ା ଗାଁରେ ବାସ କରୁଥିବା ଜଣେ ଯୁବତୀ ଏଠାକାର ଜଣେ ଯୁବତୀଙ୍କୁ ଦୀର୍ଘଦିନ ହେଲା ଭଲ ପାଉଥିଲେ। ସେମାନେ ପ୍ରେମ ପ୍ରସଙ୍ଗରେ ଘର ଲୋକଙ୍କୁ ଜଣାଇଥିଲେ। ଦୁଇ ପରିବାରର ସଦସ୍ୟମାନେ ମିଶି ବିବାହ କରାଇବାର ନିଷ୍ପତ୍ତି ନେଇଥିଲେ। ଫେବୃୟାରୀ ମାସରେ ଦୁଇ ଜଣଙ୍କ ବିବାହ ହେବାର ଥିଲା। ବିବାହ ସ୍ଥିର ହେବାପରେ ମଧ୍ୟ ଦୁଇଜଣଙ୍କ ମିଳାମିଶା ଲାଗି ରହିଲା ଏବଂ ଦୁଇ ଜଣଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଥିଲା। ଏହା ପରେ ଯୁବତୀ ଗର୍ଭବତୀ ହୋଇଥିଲେ ଏବଂ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଏହି ବିବାହ ପାଇଁ ଦୁଇ ପକ୍ଷ ରାଜି ଥିଲେ କିନ୍ତୁ ସେମାନେ ଜାଣିନଥିଲେ ଯେ ଦୁଇ ଜଣ ତାଙ୍କ ସୀମା ଲଙ୍ଘନ କରିଯିବେ। ତେବେ ଶିଶୁ ପୁତ୍ର ଜନ୍ମ ହେବା ପରେ ଦୁଇ ଜଣଙ୍କ ପରିବାର ଲୋକେ ବିବାହ ପାଇଁ ସହମତି ପ୍ରଦାନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.