ପାର୍କିଙ୍ଗ ହୋଇଥିବା ଗାଡି ଭିତରୁ ମହିଳାଙ୍କ ମୃତଦେହ ମିଳିବ ଘଟଣା; ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର ୧/୧୦ : ସାମନ୍ତରାପୁର ହନୁମାନ ମନ୍ଦିର ନିକଟରୁ ଟାଟା ସଫରି ଗାଡି ଭିତରୁ ମିଳିଥିବା ମହିଳାଙ୍କ ମୃତଦେହ ଘଟଣାର ପରଦା ଧୀରେ ଧୀରେ ଉଠୁଛି | ମୃତ ମହିଳାଙ୍କ ନାଁ ତନୁଜା ଆଇଚ ବୋଲି ଜଣାପଡିଛି | ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି | ମୃତ ତନୁଜା ବିବାହିତା ଏବଂ ତାଙ୍କର ୬ବର୍ଷର ଗୋଟିଏ ପୁଅ ଅଛି | ତାଙ୍କ ସ୍ୱାମୀଙ୍କ ନା ସଂଗ୍ରାମ ଆଇଚ | ସ୍ୱାମୀଙ୍କ ସହ ତାଙ୍କର ମନୋମାଳିନ୍ୟ ଥିଲା | କିଛି ଦିନ ହେଲା ସେ ସାମନ୍ତରାପୁର ଅଂଚଳରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ | ତାଙ୍କ ନିଜ ଘର ଯାଜପୁର ଜିଲ୍ଲା କଟିକଟ ବୋଲି ଜଣାପଡିଛି | [gallery ids="46631,46635"] ୯ ବର୍ଷ ତଳେ ସଂଗ୍ରାମଙ୍କ ସହ ତାଙ୍କର ବାହାଘର ହୋଇଥିଲା | ସ୍ୱାମୀ ଜଣେ ମାଇନିଂ ପରିବହନ ଠିକାଦାର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି | ପୋଲିସ ଶବ ଜବତ କରିବା ପରେ ମୃତ ମହିଳାଙ୍କ ପିଉସା ନରେନ୍ଦ୍ର ଜେନା ପୋଲିସକୁ କହିଛନ୍ତି ଯେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ | ଏହି ହତ୍ୟାକାଣ୍ଡ ପଛରେ ସ୍ୱାମୀ ସଂଗ୍ରାମ ଆଇଚଙ୍କ ହାତ ରହିଛି | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି | ତେବେ ମୃତ ମହିଳାଙ୍କ ଶବ ମିଳିବ ପରେ ସଂଗ୍ରାମ ଆଇଚ ଏବଂ ୬ ବର୍ଷର ଶିଶୁ ପୁତ୍ରର କୌଣସି ପତ୍ତା ମିଳୁନଥିବା ପୋଲିସ କହିଛି | ସୂଚନାଯୋଗ୍ୟ ଯେ, ସାମନ୍ତରାପୁର ହନୁମାନ ମନ୍ଦିର ସାମ୍ନା ଗଲିରେ ପର୍କିଙ୍ଗ ହୋଇଥିବା ଏକ ଟାଟା ସଫରି ଗାଡିରୁ ତନୁଜାଙ୍କ ମୃତଦେହ ଆଜି ସକାଳୁ ପୋଲିସ ଉଦ୍ଧାର କରିଥିଲା | ତନୁଜାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ତନୁଜାଙ୍କୁ ଗାଡି ଭିତରେ ବସାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି | ଗାଡି ଭିତରୁ ପୋଲିସ ମୃତ ମହିଳାଙ୍କ କିଛି ଲୁଗାପଟା ଓ ପ୍ରସାଧନ ସାମଗ୍ରୀ ଜବତ କରିଛି | ଯେଉଁ ଗାଡି ଭିତରେ ତନୁଜାଙ୍କ ମୃତଦେହ ଥିଲା ତାର ନମ୍ବର ହେଉଛି ଓଆର ୦୨ଏଏମ ୨୬୦୦ | ଏହି ଗାଡିଟି ଏସ ଆର କ୍ୟାରିଅର ନାମକ ଏକ ସଂସ୍ଥାର ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.