କାର ଭିତରୁ ଅଚିଂହା ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର ୧/୯ : ଭୁବନେଶ୍ବରରେ ଲିଙ୍ଗରାଜ ଥାନା ଅଞ୍ଚଳ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ଏକ କାର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ କାରଟି ଠିଆ ହୋଇଥିବା ବେଳେ କାର ଭିତରେ ମହିଳାଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଥିଲା । କାର୍ ଟିର ନମ୍ବର ହେଉଛି ଓଆର୦୨ଏଏମ୨୬୦୦ । ମୃତ ମହିଳା ଜଣକ ଆଗ ସିଟରେ ଥିବାବେଳେ କାର୍ ଡୋର ଲକ୍ ଥିଲା । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ମହିଳାଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଘଟଣାଟି ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କାର୍ ଟି ସମ୍ମୁଖ ଭାଗ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହୋଇଛି । ଭୁବନେଶ୍ବର ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ କରୁଛନ୍ତି ।ପୋଲିସ ମହିଳାଙ୍କ ପରିଚୟ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.