vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଅଦ୍ଭୁତ ସାମାଜିକ ଚଳଣି : ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ମୃତ୍ୟୁ ପରେ ୨ ଦିନ ହେଲା ପଡିରହିଛି ଶବ, ମିଳୁନି ଚାରି କାନ୍ଧ

16/08/2019 at 1:23 PM

ବାରିପଦା ୧୬|୮: ଅନ୍ୟ ଜାତିରେ ବାହା ହୋଇଟିବାରୁ ସେ ହୋଇଛନ୍ତି ବାସନ୍ଦ। ଆଦିବାସୀ ପରମ୍ପରା ଭାଙ୍ଗି ଥିବାରୁ ସ୍ତ୍ରୀ ଙ୍କ ଶବକୁ ମଧ୍ୟ ମିଳୁନାହିଁ ଚାରି କାନ୍ଧ। ମୟୁରଭଞ୍ଜ କୁଳିଅଣା ବ୍ଲକ କୁଚେଇ ଗାଁରେ ଘଟିଛି ଏହି ଘଟଣା। ଗାଁର କାନ୍ଦ୍ରା ସୋରେନ ପଳାଶବଣୀ ଗାଁର ପାର୍ବତୀ ଙ୍କୁ ପ୍ରେମ ବିବାହ କରିଥିଲେ।   ତେବେ ଆଦିବାସୀ ପରମ୍ପରା ଅନୁସାରେ ଗାଁ-ସାହି-ପଡିଶା ଙ୍କୁ ଦବାକୁ ଥିବା ଉପହାର (ପଣ) ଦେଇନଥିଲେ। ତେଣୁ ଗତକାଲି ଠାରୁ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା  ପାର୍ବତୀଙ୍କ ମୃତଦେହକୁ  କାନ୍ଧଦେଇ ନଥିଲେ ଗାଁ ଲୋକେ।

କାନ୍ଦ୍ରା ଙ୍କ ଠାରୁ ପଣ ଦେବାର ପ୍ରତିଶୃତି ପାଇବା ପରେ ମଧ୍ୟ ଗାଁ ଲୋକେ ମାନି ନଥିଲେ। ଖବର ପାଇ କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲିକାଙ୍କୁ ବୁଝା ସୁଝା କରିବା ସହିତ ଶବ ସତ୍କାର କରାଇବା ଲାଗି ଚେଷ୍ଟା କରୁଛନ୍ତି।

   Related Posts