ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ନାଳରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହରେ ଅନ୍ୟ ଜଣେ ମହିଳା ଅଟକ

Published By : Prameya-News7 Bureau | February 22, 2020 IST

ପାଟଣା ୨୨।୨: କେନ୍ଦୁଝର ଜିଲ୍ଲା ଭୁଇଁପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସ୍ବାମୀଙ୍କ ସହ ପରକୀୟା ପ୍ରୀତି ସନ୍ଦେହରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁମୁଣ୍ଡ ମନ୍ଦିର ନିକଟ ନାଳରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ପାରୁଡିପଶି ଗ୍ରାମର ନଟବର ମୁଣ୍ଡାଙ୍କ ସ୍ତ୍ରୀ ରେବତୀ ମୁଣ୍ଡା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାରୁଡିପଶି ଗ୍ରାମର ନଟବର ମୁଣ୍ଡା ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରନ୍ତି । ସେ କାମ କରୁଥିବା ଟ୍ରାକ୍ଟରରେ ଜାଲି ଗ୍ରାମର କେନ୍ଦିରି ମୁଣ୍ଡା ମଧ୍ୟ କାମ କରନ୍ତି । ତେବେ ଉଭୟ ନଟବର ଏବଂ କେନ୍ଦିରିଙ୍କ ମଧ୍ୟରେ ସଂପର୍କ ଥିବା ତାଙ୍କ ସ୍ତ୍ରୀ ରେବତୀ ମୁଣ୍ଡା ସନ୍ଦେହ କରୁଥିଲେ । ଶୁକ୍ରବାର ଉଭୟଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ନଟବରଙ୍କ ସ୍ତ୍ରୀ ରେବତୀ ଏବଂ କେନ୍ଦିରିଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ରେବତୀଙ୍କ ମୃତଦେହ ନାଳ ନିକଟରୁ ଉଦ୍ଧାର କରାଯାଇଛି ।

ଖବରପାଇ ଘଟଣାସ୍ଥଳରେ ବାରିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ମୃତ ମହିଳାଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ପୋଲିସ ସୂଚନା ଦେଇଛି । ବଚସା ପରେ ରେବତୀଙ୍କ ମୃତ୍ୟୁ ହୋଇଥିବାରୁ କେନ୍ଦିରି ମୁଣ୍ଡା ତାଙ୍କୁ ମାରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ କେନ୍ଦିରିଙ୍କୁ ଥାନାରେ ଅଟର ରଖି ପୋଲିସ ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.