ସନ୍ଦେହଜନକ ଭାବେ ମହିଳାଙ୍କ ମୃତଦେହ ଉଦ୍ଧାର
16/01/2019 at 2:48 PM

ପାରାଦୀପ ୧୬|୧: ପାରାଦୀପ ଷଣ୍ଢକୁଦ ବସ୍ତିରେ ଜଣେ ମହିଳାଙ୍କ ସନ୍ଦେହ ଜନକ ଭାବେ ମୄତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପାରାଦୀପ ମେରାଇନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଦୀର୍ଘ ଦିନ ହେବ ପାରାଦୀପ ଷଣ୍ଢକୁଦ ବସ୍ତିରେ ଭିମ ରଞ୍ଜିତ ଓ ତାଙ୍କ ସ୍ତ୍ରୀ ସଞ୍ଜୁକ୍ତା ରଞ୍ଜିତ ରହୁଥିଲେ। ଗତକାଲି ରାତିରେ ନିଜ ଲୁଗାକୁ ବେକରେ ଗୁଡ଼ାଇ ସଞ୍ଜୁକ୍ତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇପାରିନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ମେରାଇନ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023
ଲେଉଟିଲା ଥଣ୍ଡା, ଶିମିଳିପାଳରେ ଶୀତର ଲହରୀ ଜାରି
3 February 2023