ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Prameya-News7 Bureau | June 05, 2019 IST

କାମାକ୍ଷାନଗର ୫|୬: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ଗ୍ରାମର ମାନସ ଆଚାର୍ଯ୍ୟଙ୍କ ସ୍ତ୍ରୀ ପୁଷ୍ପଲତା ଆଚାର୍ଯ୍ୟ ।

ସୂଚନା ଅନୁସାରେ ପୁଷ୍ପଲତା ୧୬ ବର୍ଷ ପୂର୍ବେ ମାନସଙ୍କୁ ବିବାହ କରିଥିଲେ । ତେବେ ଦୀର୍ଘ ଦିନ ଧରି ମାନସ ଏବଂ ତାଙ୍କ ପରିବାର ଲୋକେ ପୁଷ୍ପଲତାଙ୍କୁ ଅତ୍ୟାଚାର କରି ଆସୁଥିଲେ । ଏ ନେଇ ପୂର୍ବରୁ ସାଆନ୍ଦା ଫାଣ୍ଡିରେ ଏକ ଅଭିଯୋଗ ହୋଇ ସମାଧାନ ହୋଇଥିଲା । ତେବେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଜ୍ବାଇଁ ମାନସ ଝିଅ ପୁଷ୍ପଲତାକୁ ହତ୍ୟା କରି ମାରି ଦେଇଥିବାର ପୁଷ୍ପଲତାର ବାପା ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଫଳରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ, ତହସିଲଦାର ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପରଜଙ୍ଗ ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.