ଭୁବନେଶ୍ବରରେ କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା ; ମୃତ ମହିଳାଙ୍କ ସ୍ବାମୀକୁ ଗିରଫ କଲା ପୋଲିସ
4/10/2018 at 9:21 AM

ଭୁବନେଶ୍ବର ୪|୧୦: ଭୁବନେଶ୍ବର ଲିଙ୍ଗରାଜ ଥାନା ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଜଣେ ଗିରଫ । ମୃତ ମହିଳା ତନୁଜା ଆୟିଚଙ୍କ ସ୍ବାମୀ ସଂଗ୍ରାମ ଆୟିଚଙ୍କୁ ଗିରଫ କରିଛି ପୋଲିସ । କଲିକତା ବଡବଡାର ଅଞ୍ଚଳରୁ ତାଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ବାର୍ଡ। ତନୁଜାଙ୍କ ୫ ବର୍ଷ ପୁଅକୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ପଚରାଉଚରା ବେଳେ ସଂଗ୍ରାମ ବହୁ ତଥ୍ୟ ଓଗାଳିଥିବା ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ। ଗତ ସୋମବାର ଦିନ ଲିଙ୍ଗରାଜ ଥାନା ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ କାର୍ ଭିତରୁ ତନୁଜାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023