oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପୁଣି ଶବକୁ ଅସମ୍ମାନ : ଗ୍ରାମବାସୀଙ୍କ ଅସହଯୋଗ ଯୋଗୁଁ ମହିଳାଙ୍କ ଶବକୁ ସାଇକେଲରେ ବୋହି ଶ୍ମଶାନକୁ ନେଲେ ଦୁଇଭାଇ

12/10/2019 at 11:36 AM

ନବରଙ୍ଗପୁର ୧।୧୦: ପୁଣି ଶବକୁ ଅସମ୍ମାନ । ହଜିଗଲା ମାନବିକତା, ପୂର୍ବ ଶତ୍ରୁତା ପାଇଁ ମହିଳାଙ୍କ ଶବକୁ ସତ୍କାର କରିବାକୁ କେହି ଆସିଲେ ନାହିଁ । ଶବକୁ ମିଳିଲାନି ଚାରି କାନ୍ଧ । ଗ୍ରାମବାସୀଙ୍କୁ ସାହାଯ୍ୟ ପାଇ ଡାକିଥିଲେ । ହେଲେ କେହି ନଆସିବାରୁ ଶେଷରେ ଦୁଇଭାଇ ସାଇକେଲ ରେ ମୃତଦେହକୁ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭାରିଗୁଡ଼ା ପଞ୍ଚାୟତରେ ଘଟିଛି ଏପରି ଅଭାବନୀୟ ଘଟଣା । ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ସ୍ବାମୀ ପରିତ୍ୟକ୍ତା ମାଳତୀ ପାଣ୍ଡେଙ୍କ ଶରୀର ଅସୁସ୍ଥ ଥିବା ଯୋଗୁଁ ମୃତ୍ୟୁ ଘଟିଥିଲା ।  ଏହାପରେ ମାଳତୀଙ୍କ ଦୁଇ ଭାଇ ପୁରୁଷୋତ୍ତମ ପାଣ୍ଡେ ଓ ଟେକା ପାଣ୍ଡେ ମାଳତୀଙ୍କ ଶବ ସତ୍କାର କରିବାକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀଙ୍କ ସହ ଏହି ପରିବାରର ସମ୍ପର୍କ ଭଲ ନଥିବା ଯୋଗୁଁ କେହି ଆସିଲେ ନାହିଁ । ସାହାଯ୍ୟ କରିବାକୁ ମଧ୍ୟ ମନା କରିଦେଲେ । ଦୁଇ ଭାଇ ରାତି ସାରା ସାହାଯ୍ୟର ପାଇଁ ଅପେକ୍ଷା କଲେ । କିନ୍ତୁ କେହି ନ ଆସିବାରୁ ଅନ୍ୟଉପାୟ ନପାଇ ଦୁଇ ଭାଇ ସାଇକେଲ ରେ ଶବକୁ ଶ୍ମଶାନ ନେବାକୁ ନିଷ୍ପତି ନେଇଥିଲେ ।

ସାଇକେଲରେ ବୋହି ମୃତଦେହ ଗାଁ ଶ୍ମଶାନକୁ ନେଇ ସତ୍କାର କରିଥିଲେ । କେବଳ ସେତିକି ନୁହେଁ ଶବ ନେବା ସମୟରେ ମୋବାଇଲରେ ଭିଡ଼ିଓ ଉଠାଇବା ସହ କିଛି ବ୍ୟକିତ ଉପହାସ କରୁଥିବା ଭଳି ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

   Related Posts