oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ନିଆଁରେ ପୋଡି ହୋଇ ଗୁରୁତର ଥିବା ମହିଳାଙ୍କ ମୃତ୍ୟୁ, ପୋଡି ମାରିଦେଇଥିବା ଅଭିଯୋଗ

3/12/2019 at 10:17 AM

ମହାକାଳପଡା ୩।୧୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କୁ ପୋଡି ମାରିଦେବା ଅଭିଯୋଗରେ ମାର୍ଶାଘାଇ ଥାନାରେ ମାମଲା ରୁଜୁ ହୋଇଛି । ମୃତକ ମହିଳା ଜଣଙ୍କ ହେଲେ ସୁଭଦ୍ରା ବେହେରା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜଗସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଚରଡିଆଁ ଗ୍ରାମରେ ସୁଭଦ୍ରଙ୍କର ମାର୍ଶାଘାଇ ଥାନା ଧନିଆପଡା ଗ୍ରାମରେ ବିବାହ ହୋଇଥିଲା । ଗତ ରବିବାର ରାତିରେ ସୁଭଦ୍ରା ନିଆଁରେ ପୋଡିହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ସୁଭଦ୍ରାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ସୁଭଦ୍ରାଙ୍କ ମୃତ୍ୟୁ ପରେ ତାଙ୍କୁ ପୋଡି ମାରିଦିଆଯାଇଥିବା ବାପଘରଲୋକ ଅଭିଯୋଗ ଆଣିଛନ୍ତି । ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ପରିବାରଲୋକ । ପୋଲିସ ଦଫା ୩୦୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts