ନାଳରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର, ବୁଧବାର ମହିଳାଙ୍କୁ ହତ୍ୟା କରିଥିଲା ଦୁର୍ବୃତ୍ତ

Published By : Prameya-News7 Bureau | September 03, 2020 IST

ପାଟଣା ୩।୯: ନାଳରୁ ମିଳିଲା ମହିଳାଙ୍କ କଟାମୁଣ୍ଡ । ବୁଧବାର ମହିଳାଙ୍କୁ ହତ୍ୟା କରିବା ପରେ କଟା ମୁଣ୍ଡ ଧରି କେଉଁଆଡେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ତେବେ ଗୁରୁବାର ମହିଳାଙ୍କ କଟାମୁଣ୍ଡ ଉଦ୍ଧାର ହୋଇଛି ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣରେ ବୁଧବାର ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତଙ୍କ ପତ୍ନୀ କେଶରୀ ମହାନ୍ତ ଦ୍ବାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକ୍ରି କରିବା ପାଇଁ ଆସୁଥିଲେ । ରାସ୍ତା କଡ ବୁଦା ମୂଳରେ ବସିଥିବା କେହି ଦୁର୍ବୃତ୍ତ ହଠାତ୍ ବୁଦାରୁ ବାହାରି କେଶରୀ ମହାନ୍ତଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ତାଙ୍କ ଶରୀରରୁ ଅଲଗା କରିଦେବା ପରେ ମୁଣ୍ଡକୁ ଧରି କୁଆଡେ ଫେରାର ହୋଇଯାଇଥିଲା । ଗୁରୁବାର ଉକ୍ତ ମହିଳାଙ୍କ କଟାମୁଣ୍ଡ ପାଟଣା ଥାନା କୁଆପଶି ଗାଁ ନିକଟ ହାଡଖାଇ ନାଳରୁ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.