ସାମାନ୍ୟ ଝଗଡାରୁ ବ୍ଲେଡରେ ହାତ କାଟିଦେଲେ ମହିଳା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
16/08/2020 at 8:49 PM

ନୀଳଗିରି,୧୬|୦୮: ବାଲେଶ୍ୱର ଜିଲ୍ଲା ରେମୁଣା ନୂଆଗାଁ ଜଣେ ମହିଳା ହାତ କାଟି ଗୁରୁତର ହୋଇଛନ୍ତି । ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ସୁଚିତ୍ରା ସିଂ ଓରଫ ସୁକ ରେମୁଣା ଥାନା ଅଧିନ ନୂଆଗାଁ ଅଂଚଳରେ ବିବାହ କରିଛନ୍ତି।ସେ ଅଯୋଧ୍ୟା ଅଂଚଳର ବାପ ଘରକୁ ଶୁଦ୍ଧି କର୍ମକୁ ଆସିଥିବା ବେଳେ ଗତକାଲି ରାତ୍ରରେ କୌଣସି କାରଣରୁ ଝଗଡା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ସେ ବ୍ଲେଡ଼ରେ ତାଙ୍କ ବାମ ହାତକୁ କାଟି ପକାଇଥିଲେ। ତାଙ୍କୁ ଗୁରୁତର ଭାବେ ଏକ ମୋଟରସାଇକେଲରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022