ରାଇରଙ୍ଗପୁରରେ ରୋଷେଇ କରୁଥିବା ବେଳେ ଷ୍ଟୋଭ ଫାଟି ମହିଳା ଗୁରୁତର
16/10/2018 at 12:09 PM

ସୁନ୍ଦରଗଡ଼ ୧୬/୧୦ : ଷ୍ଟୋଭ ଫାଟି ଯିବାରୁ ମହିଳା ଗୁରୁତର ଭାବରେ ଜଳିଗଲେ । ଗୁରୁତର ମହିଳା ରାଇରଙ୍ଗପୁର ଥାନା ନୂଆଗାଁର ଅଞ୍ଜଳି ବାରିକ । ରୋଷେଇ କରୁଥିବା ସମୟରେ ହଠାତ ଷ୍ଟୋଭ ଫାଟି ଯାଇଥିଲା ଓ ପାଖରେ ଥିବା କିରୋସିନି ଡବାରେ ମଧ୍ୟ ନିଆଁ ଲାଗିଯାଇଥିଲା । ଫଳରେ ମହିଳା ଜଣକ ଗୁରୁତର ଭାବରେ ପୋଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବାରିପଦାକୁ ସ୍ଥାନାନ୍ତର କରାଯାଇଛି।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023