ବିଦ୍ୟୁତ ତାର ଲାଗି ମହିଳା ଗୁରୁତର

Published By : Prameya-News7 Bureau | August 10, 2018 IST

ମୟୁରଭଞ୍ଜ ୧୦/୮ : ୧୧ କେ.ଭି ବିଦ୍ୟୁତ ତାର ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣକ ହେଲେ ବେତନଟୀ ବ୍ଲକ ବଡସାହି ଥାନା ପାଇକପଡା ଗ୍ରାମର ବେବି ନାଏକ । ମହିଳା ଜଣଙ୍କ ବିଲକୁ କାମ କରିବା ପାଇଁ ଯାଉଥିବା ସମୟରେ ମୁଣ୍ତରେ ପାଣି ଭର୍ତ୍ତି ସିଲଭର ମାଠିଆ ୧୧କେ.ଭି ତାର ରେ ଲାଗିଯାଇଥିଲା | ଘଟଣାସ୍ଥଳରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବଡସାହି ଡାକ୍ତର ଖାନାକୁ ଚିକିତ୍ସିା ପାଇଁ ପଠାଇଛନ୍ତି । ବେତନଟୀ ବିଦ୍ୟୁତ ବିଭାଗର କୋଚିଳାଖୁଣ୍ଟା ସବ ଷ୍ଟେସନ ଅଧିନରେ ଥିବା ଇଲେଭେନ କେଭି ବିଦ୍ୟୁତ ଲାଇନର ତାର ଚାଷଜମି ଉପରେ ଅଳ୍ପ ଉଚ୍ଚତାରେ ରହିଅଛି । ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କାର୍ଯ୍ୟ ନହେବାରୁ ବାରମ୍ବାର ଏହିଭଳି ବିପଦ ଘଟୁଛି । ବିଦ୍ୟୁତ ବିଭାଗର ଏଭଳି କାର୍ଯ୍ୟ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଉତ୍ୟକ୍ତ ଜନସାଧାରଣ ବେତନଟୀ ବଡସାହି ମୁଖ୍ୟରାସ୍ତାକୁ ଟାୟାରଜାଳି ଅବରୋଧ କରିଛନ୍ତି। ଗତ ୨୬ ତାରିଖରେ ଏହି ୧୧ କେଭି ବିଦ୍ୟୁତର ଡ୍ରଫଆଉଟ ବାନ୍ଧିବା ସମୟରେ ବିଦ୍ୟୁତ ବିଭାଗୀୟ ଅବହେଳା ପାଇଁ କାର୍ଯ୍ୟରତ ହେଲପର କୃପାସିନ୍ଧୁ ମହାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ବୃଦ୍ଧି ପାଉଛି । ଘଟଣାସ୍ଥଳରେ ବଡସାହି ପୋଲିସ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କ ସହ ଆଲୋଚନା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.