ନିଆଁରେ ପୋଡି ମହିଳା ଗୁରୁତର, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
5/05/2020 at 7:28 AM

ନୀଳଗିରି ୫।୫ : ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ୧୦ ନମ୍ବର ୱାର୍ଡ କାହାଳିଆ ଗ୍ରାମର ବାପୁନୁ ସିଂଙ୍କ ସ୍ତ୍ରୀ ସଗରୀ ସିଂ । ଗତକାଲି ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘର ଆଗରେ କରୋସିନି ଓ ପୋଡା ଲୁଗା ପଡିଥିବାକୁ ନେଇ ସନ୍ଦେହ ଉପୁଜିଛି । ପାରିବାରିକ କଳହ ଯୋଗୁଁ ଦେହରେ ନିଆଁ ଲଗାଇ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023