Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳା ପୋଲିସ ଅଧିକାରୀଙ୍କୁ ଜୀବନ୍ତ ପୋଡି ହତ୍ୟା

15/06/2019 at 8:50 PM

ଆଲାପ୍ପୁଝା ୧୫।୬: କେରଳ ଆଲାପ୍ପୁଝା ଜିଲ୍ଲାରେ ଶନିବାର ଜଣେ ମହିଳା ସିଭିଲ ପୋଲିସ ଅଫିସର ସିପିଓଙ୍କୁ ଜୀବନ୍ତ ପୋଡି ହତ୍ୟା କରାଯାଇଛି। ଭାଲିକୁନ୍ନମର କାଞ୍ଜିପୁଝାଠାରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ସିପିଓଙ୍କ ଚିହ୍ନଟ ହୋଇଛି। ତାଙ୍କ ନାମ ସୌମ୍ୟା ପୁଷ୍କରନ ଓ ବୟସ ୩୨ ବର୍ଷ। ସେ ଭାଲିକୁନ୍ନମ ଗ୍ରାମରେ ଷ୍ଟୁଡେଣ୍ଟ କ୍ୟାଡେଟମାନଙ୍କ କ୍ୟାମ୍ପରୁ ଫେରୁଥିବା ରାସ୍ତାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଫଳରେ ଗୁରୁତର ପୋଡିଯାଇଥିବା ସୌମ୍ୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୌମ୍ୟା ସ୍କୁଟର ଯୋଗେ ଘରକୁ ଫେରୁଥିଲେ। ସେ ଆଲୁଭା ନିକଟରେ ହୋଇଥିବା ବେଳେ ଆକ୍ରମଣକାରୀ ତାଙ୍କୁ ଚଳନ୍ତା ସ୍କୁଟରରୁ ଘୋଷାଡି ତଳେ ପକାଇଦେଇଥିଲା। ସେ ତଳେ ପଡିଯିବା ପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଚାଲିଯାଇଥିଲା। ଗୁରୁତର ଭାବେ ପୋଡିଯାଇଥିବା ସୌମ୍ୟାଙ୍କୁ ତୁରନ୍ତ ଆଲାପ୍ପୁଝା ମେଡିକାଲ କଲେଜ୍ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ସୌମ୍ୟା ବିବାହିତା ଥିଲେ ତାଙ୍କର ସ୍ୱାମୀ ଓ ୨ଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ତାଙ୍କୁ କଣ ପାଇଁ  ଏଭଳି ନିର୍ମମ ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ମାମଲାରେ ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି। ସେପଟେ  ମୃତକଙ୍କ ଶବ ଜବତ କରାଯିବା ସହିତ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଜାରି ରଖିଛି। 

   Related Posts