ବ୍ରହ୍ମପୁର: ଆସିଷ୍ଟାଣ୍ଟ୍‌‌ କଲେକ୍ଟରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ମହିଳା, ତଦନ୍ତ ପାଇଁ ନିର୍ଦ୍ଦେଶ ଜିଲ୍ଲାପାଳ

Published By : Prameya-News7 Bureau | January 07, 2021 IST

ବ୍ରହ୍ମପୁର୭/୧: ଛତ୍ରପୁର ଆସିଷ୍ଟାଣ୍ଟ୍‌ କଲେକ୍ଟରଙ୍କ ନାମରେ ଲାଞ୍ଚ ନେବା ଅଭିଯୋଗ। ଏମିତି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଡ୍ରଗ୍ସ  ଲାଇସେନ୍ସ୍ କରି ଦେବାକୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ  ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି ଅଭିଯୋଗ। ଅଭିଯୋଗ ଆଧାରରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ  ଭିଜିଲାନ୍ସ ଏସ୍‌ପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ।

ଗତ ୨୩ ତାରିଖରେ ଜିଲ୍ଲାପାଳ ଭିଜିଲାନ୍ସ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହି ଘଟଣା ଏବେ ସମଗ୍ର ଗଞ୍ଜାମରେ ହଇଚଇ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.