ମହିଳାଙ୍କୁ ଦୁଷ୍କର୍ମ କରି ୨ ଅଭିଯୁକ୍ତ ଫେରାର; ତଦନ୍ତ ଆରମ୍ଭ କଲା ପୋଲିସ
20/01/2023 at 12:50 AM

ଆନନ୍ଦପୁର ୨୦/୦୧: ମାଉସି ଘରକୁ ଆସି ଦୁଷ୍କର୍ମର ଶୀକାର ହେଲେ ମହିଳା। ଏକ ନିଛାଟିଆ ଆମ୍ୱ ତୋଟାରେ ଦୁଇ ଯୁବକ କଲେ କଲେ କୁକର୍ମ। ଏପରି ଅଘଟଣ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଗେହିରାବଣିରେ ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ଏହି କାଣ୍ଡ ଭିଆଇ ୨ ଅଭିଯୁକ୍ତ ଫେରାର ଅଛନ୍ତି। ସେପଟେ ପୀଡ଼ିତାଙ୍କର ଡାକ୍ତରି ମାଇନା କରି ପୋଲିସ ତଦନ୍ତ ଚଳାଇଛି।
ଖବର ଅନୁସାରେ, ପୀଡ଼ିତା ମହିଆ ମୟୁରଭଞ୍ଜର ବାସିନ୍ଦା। ସେ ତାଙ୍କ ମାଉସି ଘର ଗୋହିରାବଣୀକୁ ବୁଲିବା ପାଇଁ ଆସିଥିଲେ। ଗତକାଲି ସନ୍ଧାନରେ ତାଙ୍କ ମାଉସୀ ପୁଅ ଭାଇ ସହ ଛକ ପାଖରେ ଥିବା ଦୋକାନକୁ ଯାଇଥିଲେ। ଏତିକି ବେଳେ ଭାଇ ସେଠାରୁ ତାଙ୍କ ଭାଇ କିଛି କାମରେ ପଳାଇଥିଲେ। ସେହି ସମୟରେ ଏକ ବାଇକରେ ଦୁଇ ଯୁବକ ଆସି ମହିଳାଙ୍କୁ ଜବରଦସ୍ତି ନେଇଯାଇଥିଲେ। ପରେ ଏକ ନିଛାଟିଆ ଆମ୍ବତୋଟା ପାଖରେ ଦୁଇ ଯୁବକ ସମ୍ପୃକ୍ତା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।