ଦିଅରର ନିର୍ଯ୍ୟାତନା ସହିନପାରି ଭାଉଜର ଆତ୍ମହତ୍ୟା
27/05/2018 at 8:03 AM

ଘଟଣା ଘଟିଛି ଭଦ୍ରକ ଧୂଷୁରୀ ଥାନା ନସଲପୁରରେ | ଦିଅରର ମାନସିକ ନିର୍ଯ୍ୟାତନା ସହିନପାରି ଦେହରେ କିରାସିନ ଢାଳି ଆତ୍ମହତ୍ୟା କରିଛନ୍ତି ଭାଉଜ ସୂଦୀପ୍ତା ସାହୁ | କୌଣସି କାରଣରୁ ଦିଅର ସହିତ ସୂଦୀପ୍ତାଙ୍କ ଝଗଡା ହୋଇଥିଲା | ତାଙ୍କ କଥା ସହିନପାରି ସେ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି | ସୂଦୀପ୍ତାଙ୍କ ଦେହର ୯୫% ଭାଗ ପୋଡ଼ିଯାଇଛି | ସ୍ତ୍ରୀକୁ ବନ୍ଚିଵାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି |