ନୂଆଦିଲ୍ଲୀ୨୩/୧୧: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ସପିଂ କରିବା ଲାଗି ସପିଂ ମହଲ ଯାଇଥିଲେ। ସପିଂ କରିବା ସମୟରେ ମହିଳା ଏକା ସାଙ୍ଗରେ ୮ଟି ଜିନ୍ସ ପ୍ୟାଣ୍ଟ ଚୋରି କରି କରିଥିଲେ। ହେଲେ ୮ଟି ପ୍ୟାଣ୍ଟକୁ ସେ ଏକ ଅଭିନବ ଢ଼ଙ୍ଗରେ ଚୋରି କରିଥିଲେ।
ଗୋଟିଏ ଜିନ୍ସ ପ୍ୟାଣ୍ଟ ପିନ୍ଧିବା କଷ୍ଟକର ହେଲେ ମହିଳା ଏକାସାଙ୍ଗରେ ୯ଟି ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ। ଅର୍ଥାତ ସେ ପୂର୍ବରୁ ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟ ଉପରେ ଆହୁରି ୮ଟି ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ। ସପିଂ ମହଲର ଚତୁର୍ଥ ମହଲରେ ସପିଂ କରିବା ବେଳେ ମହିଳା ଏକାସାଙ୍ଗରେ ୮ଟି ଜିନ୍ସ ପ୍ୟାଣ୍ଟ ଚୋରି କରିଥିଲେ।
wp:html /wp:htmlଚତୁର୍ଥ ମହଲରେ ଲାଗିଥିବା ସିସିଟିଭିରେ ମହିଳାଙ୍କ କଳାକାରନାମା ଧରା ପଡ଼ିଯାଇଥିଲା। ଏହା ପରେ ମହିଳା ସୁରକ୍ଷାକର୍ମୀ ମହିଳାଙ୍କୁ ଯାଞ୍ଚ କରିଥିଲେ। ମହିଳା ସୁରକ୍ଷା କର୍ମୀ ତାଙ୍କୁ ବାଥ୍ରୁମ୍କୁ ନେଇଥିଲେ। ସେ ପିନ୍ଧିଥିବା ୮ଟି ଜିନ୍ସ ପ୍ୟାଣ୍ଟ ସେ ଓହ୍ଳାଇଥିଲେ। ସେହି ସମୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।