ଦୟନୀୟ ! ମୃତ ଶିଶୁ କନ୍ୟାକୁ କାନ୍ଧରେ ଧରି ଖେଳନା ବିକ୍ରି କରୁଛି ମା… କଟକର ଘଟଣା

Published By : Prameya-News7 Bureau | July 18, 2019 IST

କଟକ ୧୮|୭: କଟକ ବକ୍ସିବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭବନୀୟ ଦୃଶ୍ୟ । ଜଣେ ମହିଳା ନିଜର ମୃତ ଛୁଆକୁ ଦୀର୍ଘ ସମୟ ଧରି କାନ୍ଧରେ ପକାଇ ବୁଲିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ସାଙ୍ଗରେ ଆଉ ଦୁଇଟି ଝିଅ ଥିବାବେଳେ ଏହି ମୃତ ଶିଶୁ କନ୍ୟାକୁ ଧରି ବୁଲିବା ସହ କିଛି ସମୟ ଖେଳନା ମଧ୍ୟ ବିକ୍ରି କରିଥିଲେ ।

{"id":134879}

ତେବେ ଏହି ମହିଳା ଜଣଙ୍କ ମାନସିକ ବିକାର ଗ୍ରସ୍ତ ଥିବା ଜଣା ପଡିଛି । ପରେ କିଛି ସମାଜସେବୀ ଓ ପୋଲିସ ପହଞ୍ଚି ଉଭୟ ମୃତ ଛୁଆ ସମେତ ଓ ଅନ୍ୟ ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ।

{"id":134880}

ମହିଳା ଜଣଙ୍କ ବକ୍ସିବଜାର ଅଞ୍ଚଳର ସୁବାଷ ନାୟକଙ୍କ ପତ୍ନୀ ଭାରତୀ ପ୍ରଭା ନାୟକ । ଭାରତୀ ଜଣେ ମାନସିକ ରୋଗୀ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସେହି ମୃତ ଶିଶୁଟିର ଶବ ବ୍ୟବଚ୍ଛେଦ କରାଯିବା ପରେ ଶିଶୁଟିର ମୃତ୍ୟୁ ପଛର କାରଣ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.