ଜମିରେ ମଣିଷ ଅଙ୍ଗ ଦେଖି ପୋଲିସକୁ ଫୋନ କଲେ ମହିଳା, ଖୋଳିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ, ବାହାରିଲା…

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧ : ଗେଟସହେଡ୍‌ର ଓ୍ବିନଲାଟୋନରେ ଜଣେ ମହିଳା ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଏକ ଅଜବ ଘଟଣା ଘଟିଛି । ରାସ୍ତାରେ ଯାଉଥିବା ସମୟରେ ଏକ କାଦୁଆ ସ୍ଥାନରେ ମଣିଷ ଆଙ୍ଗଠି ଆକୃତିର କିଛି ଦେଖିବାକୁ ପାଇଥିଲେ କେଟି ୱିଲକିନ୍ସନ୍ । ତେବେ ଏହାକୁ ଦେଖିବା ପରେ ସେ ପାଖକୁ ଯାଇ ଫଟୋ ଉଠାଇଥିଲେ ।

ଫଟୋ ଉଠାଇ ସେ ଅନ୍ୟମାନଙ୍କୁ ଦେଖାଇଥିଲେ । ତେବେ ଅନ୍ୟମାନେ ମଧ୍ୟ ଏହାକୁ ମଣିଷର ଆଙ୍ଗୁଠି ବୋଲି କହିଥିଲେ । ପରେ ୧୦୧କୁ ଫୋନ କରି କେଟି ପୋଲିସକୁ ଏ ବାବଦରେ ଜଣାଇଥିଲେ । ତୁରନ୍ତ ପୋଲିସ ଘଟଣାସ୍ଥରେ ପହଞ୍ଚିଥିଲା । ଏହା ପରେ କେଟି, ପୋଲିସକୁ ଘଟଣାସ୍ଥଳକୁ ନେଇଥିଲେ ।

wp:gallery {"ids":[388602],"linkTo":"none"} /wp:gallery

ପୋଲିସ ମଧ୍ୟ ଦେଖିବା ପରେ କାହାକୁ ଏକ ମଣିଷର ଆଙ୍ଗୁଠି ବୋଲି କହିଥିଲା । ଅଧିକ ତଦନ୍ତ ଜାରି ରଖିବା ସହ ତଦନ୍ତକାରୀ ଅଧିକାରୀ, ସାଇଣ୍ଟିଫିକ୍‌ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନେକ ସମୟ ଧରି ତଦନ୍ତ ଚାଲିବା ପରେ ସନ୍ଧାନୀକୁକୁରଙ୍କୁ ଲଗାଯାଇଥିଲା । ସେମାନେ ସେହି ସ୍ଥାନରୁ ଉକ୍ତ ଜିନିଷଟିକୁ ବାହାରକୁ ଆଣିଥିଲେ । ତେବେ ପାଖରୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହା କୌଣସି ମଣିଷର ଅଙ୍ଗ ନଥିଲା ବରଂ ଏକ ସାମାନ୍ୟ ଆଳୁ ଥିଲା ।

ତେବେ ସେଗୁଡିକର ଆକୃତି ଦଖେି ଯେ କେହି ବି କହୁଥିଲେ ଯେ ତାହା ମଣିଷର ଆଙ୍ଗୁଠି ବୋଲି । କିନ୍ତୁ ଦୁର୍ଭାଗର କଥା ଦୀର୍ଘ ସମୟ ଧରି ସେଠା​‌ରେ ପୋଲିସ ଖୋଜା ଖୋଜି ପରେ ମଧ୍ୟ ପୋଲିସକୁ କିଛି ମିଳିନଥିଲା । ଶେଷରେ ସେଠାକୁ ସନ୍ଧାନୀ କୁକୁରଙ୍କୁ ତଦନ୍ତ ପ୍ରକ୍ରିୟାରେ ନିଯୋଜିତ କରାଯାଇଥିଲା । ଉକ୍ତ ପଡିଆରେ ସନ୍ଧାନୀ କୁକୁରମାନେ ମଧ୍ୟ ୪୫ ମିନିଟ ଧରି ଖୋଜା ଖୋଜି କରିଥିଲେ । କିନ୍ତୁ ଣେଷରେ କୌଣସି ମଣିଷର ଅଙ୍ଗ ନୁହେଁ ବରଂ ଆଳୁ ବାହାରିଥିଲା । ସେତେବେଳକୁ ସେଠାରେ ପ୍ରାୟ ୬ଟି ପୋଲିସ ଗାଡି, ଅନେକ ସଂଖ୍ୟାରେ ପୋଲିସ ଏବଂ ତଦନ୍ତକାରୀ ଅଧିକାରୀ ତଥା ସାଇଣ୍ଟିଫିକ୍ ଟିମ ପହଞ୍ଚିଯାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.