Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

୫୦୦ ଟଙ୍କାର ଚକଲେଟ୍‌ ମହିଳାଙ୍କୁ କରି ଦେଲା ଲକ୍ଷପତି ! ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

16/12/2021 at 12:55 PM

ନୂଆଦିଲ୍ଳୀ ୧୬।୧୨ : ସାଧାରଣତଃ ଅନେକ ଲୋକଙ୍କୁ ମିଠା ଖାଇବାକୁ ପସନ୍ଦ ଥାଏ । କାହାକୁ ମିଠା ତ ଆଉ କାହାକୁ ଚକ୍‌ଲେଟ୍‌ ପସନ୍ଦ ଥାଏ । କିନ୍ତୁ ଜଣେ ବ୍ରିଟିଶ ମହିଳା ଅନ୍ୟମାନଙ୍କ ପରି ଚକୋଲେଟ ଖାଇବାକୁ ଭଲ ପାଉଥିଲେ ଏବଂ ସେ ଏହାର ସ୍ବାଦ ଚାଖିବା ମାତ୍ରେ ଲକ୍ଷପତି ହେବାର ସୁଯୋଗ ପାଇଲେ । ଯେତେବେଳେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ୫୦୦ ଟଙ୍କା ମୂଲ୍ୟର ଚକୋଲେଟ୍ ତାଙ୍କୁ ଲକ୍ଷ ଲକ୍ଷ ଲାଭ ଦେଇଛି ତା’ର ଖୁସିର ସୀମା ରହିଲା ନାହିଁ ।

ବ୍ରିଟେନର ନାଣ୍ଟୱିଚ୍ ସ୍ଥିତ ଏକ ଦୋକାନ ବଜାରରେ ଏହାର ଅଫର ଦିଆଯାଉଥିଲା ଯେ ଯେଉଁମାନେ ସେଠାରୁ ଚକୋଲେଟ୍ କିଣନ୍ତି ସେମାନେ ଲଟେରୀ ଜିତିବାର ସୁଯୋଗ ପାଇବେ । ହେଲେ ଏହିପରି ଅଫର ପ୍ରତିଦିନ ବଜାରରେ ଆସିଥାଏ, ତେଣୁ ଏହାକୁ ନେଇ ସମ୍ପୂର୍ଣ୍ଣ ଭରସା ବିଶ୍ବାସ କରାଯାଇପାରିବ ନାହିଁ । ତେବେ ସେଦିନ ମହିଳାଙ୍କ ଭାଗ୍ୟ ଏପରି ଥିଲା ଯେ ତାଙ୍କ ଚକୋଲେଟ୍ ଭିତରେ ଏକ ଗୋଲ୍ଡେନ୍‌ ଟିକେଟ୍ ମିଳିଥିଲା । ତେବେ ଲଟେରୀ ଜିତିଥିବା ମହିଳାଙ୍କ ନାମ ହେଉଛି ସଆନ ୱାକର । ୪୩ ବର୍ଷିୟ ମହିଳା ତାଙ୍କ ପୁଅ ସହିତ ଏହି ଚକୋଲେଟ୍ କିଣିବାକୁ ଆସିଥିଲେ । ଆଲଡି ଷ୍ଟୋରରୁ ଚକୋଲେଟ୍ ବାର୍ କିଣିବାବାକୁ ଆସିଥିଲେ । କିନ୍ତୁ କିଣିବାବେଳେ, ସେ ସମ୍ପୂର୍ଣ୍ଣ ରୂପେ ଜାଣି ନଥିଲେ ଯେ ସେ ୫୦୦ ଟଙ୍କା ବଦଳରେ ପାଇଁ ଲକ୍ଷ ଟଙ୍କା ପାଇବାକୁ ଯାଉଛନ୍ତି । ଅନ୍ୟପଟେ ଚକୋଲେଟ୍ ଖାଇବାବେଳେ ମା-ପୁଅ ଏଥିରୁ ଏକ ଗୋଲ୍ଡେନ୍‌ ରଙ୍ଗର ଟିକେଟ୍ ପାଇଥିଲେ। ଏହି ଟିକେଟର ମୂଲ୍ୟ ୫୦୦୦ ବ୍ରିଟିଶ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ୫ ଲକ୍ଷ ଟଙ୍କା ଥିଲା । ରିପୋର୍ଟ ଅନୁଯାୟୀ, ଯେତେବେଳେ ମହିଳା ଏହି ଟିକେଟ୍ ପାଇଲେ, ସେ ତାଙ୍କ ଭାଗ୍ୟରେ ଏହା ମିଳିବ ବୋଲି ଆଦୌ ବିଶ୍ବାସ କରି ପାରି ନଥିଲେ ।

ୱାକର୍ ସିଆନ୍ ଏକମାତ୍ର ମହିଳା ନୁହଁନ୍ତି ଯିଏ ଏହି ଗୋଲ୍ଡେନ ଟିକେଟ୍ ପାଇଛନ୍ତି । ଚକୋଲେଟ୍ କମ୍ପାନୀ ଦ୍ୱାରା ୨୪ଟି ଚକୋଲେଟ୍ ଭିତରେ ଏକ ଗୋଲ୍ଡେନ୍‌ ଟିକେଟ୍ ରଖାଯାଇଛି । ୱାକର୍ ବ୍ୟତୀତ, ଆହୁରି ୨୩ ଜଣ ଲୋକ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି । ଚକୋଲେଟ୍ ଭିତରେ ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଲୁଚା ଯାଇ ରଖାଯାଇଛି । ଯେଉଁ କଷ୍ଟମରଙ୍କ ଭାଗ୍ୟରେ ଥିବ ସେହିମାନେ ହିଁ ଲକ୍ଷପତି ହେବେ ।

   Related Posts