ପରିତ୍ୟକ୍ତ କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର
10/05/2018 at 6:23 AM

ପରିତ୍ୟକ୍ତ କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ଥାନା ଅରିଲୋ ଗାଁର ଘଟଣା । ମୃତ ମହିଳା ହେଲେ ସବିତା ମିଶ୍ର । ମହିଳା ଜଣଙ୍କ ବୁଧବାର ସଂଧ୍ୟାରୁ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ଆଜି ସକାଳୁ ମହିଳାଙ୍କ ମୃତଦେହ ତାଙ୍କ ବାଡି ପଟ କୂଅରୁ ଭାସୁଥିବା ଗାଁ ଲୋକ ଦେଖିଥିଲେ । କୁଆଁରପାଳ ଫାୟାର ଷ୍ଟେସନକୁ ଖବର ଦେବା ପରେ ଦମକଳବାହିନୀ ସହାୟତାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ମାସ ତଳୁ ପୁଅକୁ ହରାଇଥିଲେ ସେ । ତେଣୁ ପୁତ୍ର ଶୋକରେ ଭାଙ୍ଗି ପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।କୂଅରୁ ମହିଳାଙଅକ ମୃତଦେହ ମିଳିଲା
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023