scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ବାମୀ ଫେରାର

30/08/2023 at 2:30 PM

ପାରାଦୀପ ୩୦।୮: ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରାଦୀପ ଥାନା ଅନ୍ତର୍ଗତ ବାଉରିଆ ପାଳନ୍ଦା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳାଙ୍କ ସ୍ବାମୀ ଘରୁ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାରାଦୀପ ଥାନା ଅନ୍ତର୍ଗତ ବାଉରିଆ ପାଳନ୍ଦା ବସ୍ତିରେ ରହୁଥିବା ପ୍ରଦୀପ ଦଳାଇଙ୍କ ଘର ଭିତରେ ବିଳମ୍ବିତ ରାତିରୁ ପଡି ରହିଥିଲା ପତ୍ନୀ ରଶ୍ମିତା ଦଳାଇଙ୍କ ମୃତଦେହ । ସ୍ୱାମୀ ଫେରାର ଥିବା ବେଳେ ଖବର ପାଇ ବନ୍ଧୁବାନ୍ଧବ ଓ ସାହି ପଡିଶା ଆସି ଘରର କବାଟ ଭାଙ୍ଗି ଘର ଭିତରେ ରଶ୍ମୀତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଘର ନିକଟରେ ଜଣେ ପଡୋଶୀ ମହିଳାଙ୍କ କହିବା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃତା ମହିଳାଙ୍କ ସ୍ୱାମୀ ପ୍ରଦୀପ ଦଳାଇ ତାଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କ ଭୟଭୀତ ହୋଇ ଡାକ ପକାଇବାରୁ ପ୍ରଦୀପ ଫେରାର ହୋଇଯାଇଥିଲେ ।

ସକାଳୁ ପ୍ରଦୀପଙ୍କ ଘର କବାଟ ଦିଆଯାଇଥିବାରୁ ସାହି ପଡିଶାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସମ୍ପର୍କୀୟମାନଙ୍କୁ ଖବର ଦିଆଯାଇଥିଲା । ସମସ୍ତେ ପହଞ୍ଚିବା ପରେ ଘରର କବାଟ ଭାଙ୍ଗି ଘରେ ରଶ୍ମୀତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପିପିଏଲ ଫାଣ୍ଡି ଅଧିକାରୀ ଓ ଆଦର୍ଶ ଥାନା ଅଧିକାରୀ ବାଉରିଆ ପାଳନ୍ଦା ବସ୍ତିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତା ମହିଳାଙ୍କ ସ୍ୱାମୀ ଫେରାର ଥିବାରୁ ପୋଲିସର ସନ୍ଦେହ ରଶ୍ମୀତାଙ୍କ ସ୍ୱାମୀ ପ୍ରଦୀପଙ୍କ ଆଡକୁ ଯାଉଥିବା ବେଳେ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସାହି ପଡିଶା କହିଛନ୍ତି ।

You Can Read :

   Related Posts