ସପା କର୍ମୀ କହି ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଫ୍ଲାଟରେ ବନ୍ଦ ରଖି ୩ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ

Published By : Prameya-News7 Bureau | January 13, 2019 IST

ଡେରାଡୁନ ୧୩/୧ : ଡେରାଡୁନରେ ଜଣେ ଯୁବତୀଙ୍କୁ ଚାକିରୀ ବାହାନାରେ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଯୁବତୀଙ୍କ ଘର ଡେରାଡୁନରେ | ଯୁବତୀ ଅଭିଯୋଗ କରିଛନ୍ତି ଯେ, ଜଣେ ପ୍ରପର୍ଟି ଡିଲର ତାଙ୍କୁ ଚାକିରୀ ଦେବା ବାହାନାରେ ଡାକିଥିଲା | ପ୍ରପର୍ଟି ଡିଲର ନିଜକୁ ସମାଜ ବାଦି ପାର୍ଟିର କର୍ମୀ ବୋଲି କହିଥିଲା | ଅଭିଯୁକ୍ତ ଯୁବତୀଙ୍କୁ ନିଜର ଜଣେ ସାଙ୍ଗର ଫ୍ଲାଟରେ ୩ ଦିନ ଯାଏଁ ବନ୍ଦ କରି ରଖିଥିଲା ଏବଂ ଦୁଷ୍କର୍ମ କରିଥିଲା | ଯୁବତୀ ବିରୋଧ କଲେ ତାଙ୍କୁ ମାଡ ମଧ୍ୟ ମାରୁଥିଲା | ୩ ଦିନ ପରେ ଅଭିଯୁକ୍ତ ଜାତୀୟ ରାଜପଥରେ ଯୁବତୀଙ୍କୁ ଚଳନ୍ତା କାରରୁ ବାହାରକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲା | ଟିପି ନଗର ପୋଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |

ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟାରେ କଙ୍କରଖେଡା ଥାନାରେ କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବତୀ ଥାନାରେ ପହଂଚିଥିଲେ |  ସେ ପୋଲିସକୁ କହିଥିଲେ ଯେ, ସେ ଏକ କପଡା ଦୋକାନରେ କାମ କରନ୍ତି | ପାଖାପାଖି ମାସେ ପୂର୍ବରୁ ମିରଠର ପ୍ରପର୍ଟି ଡିଲର ଅନୁଜ ଗୁଜ୍ଜରଙ୍କ ସହ ଫେସବୁକରେ ତାଙ୍କର ବନ୍ଧୁତା ହୋଇଥିଲା | ଅନୁଜ ନିଜକୁ ସମାଦବାଦି ପାର୍ଟିର କର୍ମୀ ବୋଲି କହିଥିଲା |

୩ ଦିନ ପୂର୍ବରୁ ଅନୁଜ ଯୁବତୀଙ୍କୁ ଚାକିରୀ ଦେବା ବାହାନାରେ ମିରଠକୁ ଡାକିଥିଲା | ସେ ଯୁବତୀଙ୍କୁ କହିଥିଲା ଯେ, ତାର ସାଇଟ ଅଫିସରେ ଆସିଷ୍ଟାଣ୍ଟ ଭାବେ ଯୁବତୀଙ୍କୁ ଚାକିରୀ ଦେବ | ଯୁବତୀ ତା କଥାରେ ବିଶ୍ୱାସ କରି ମିରଠ ଯାଇଥିଲେ | ଏହାପରେ ଅନୁଜ ଯୁବତୀଙ୍କୁ ଜାତୀୟ ରାଜପଥରେ ଥିବା ତାର ଏକ ସାଙ୍ଗର ଫ୍ଲାଟକୁ ନେଇଯାଇଥିଲା | ଏହାପରେ ଅଭିଯୁକ୍ତ ଅନୁଜ ଯୁବତୀଙ୍କୁ ୩ ଦିନ ପର୍ଯ୍ୟନ୍ତ ଫ୍ଲାଟରେ ବନ୍ଦ ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲା | ଯୁବତୀ ବିରୋଧ କରିବାରୁ ତାଙ୍କୁ ପଶୁ ଭଳି ମାଡ ମାରିଥିଲା |

ଯୁବତୀଙ୍କୁ ଯାରଜବରଦସ୍ତୀ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିଥିଲା | ଏହାପରେ ଯୁବତୀଙ୍କୁ ନିଜର ସ୍କର୍ପିଓ ଗାଡିରେ ପକେଇ ଜଙ୍ଗଲ ଆଡକୁ ନେଇଯାଇଥିଲା | ଯୁବତୀଙ୍କୁ ଚଳନ୍ତା କାରରୁ ବାହାରକୁ ଫୋପାଡ଼ି ଦେଇଥିଲା | ସେତେବେଳେ ଯୁବତୀଙ୍କର ହୋଶ ନଥିଲା | ହୋଶରେ ଆସିବା ପରେ ଯୁବତୀ ଥାନାରେ ପହଂଚିଥିଲେ |

ପୋଲିସ ସୂଚନା ଅନୁଯାୟୀ, ଆଜି ଯୁବତୀଙ୍କର ଡାକ୍ତରୀ ମଇନା କରାଯିବ ପରେ କୋର୍ଟରେ ତାଙ୍କର ବୟାନ ରେକର୍ଡ କରାଯିବ | ପୀଡିତା କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ତାଙ୍କ ମୋବାଇଲରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି | କିନ୍ତୁ ଅଭିଯୁକ୍ତ ପୀଡିତାଙ୍କର ମୋବାଇଲ ଛଡେଇ ନେଇଥିଲା |

ପୀଡିତା କହିଛନ୍ତି ଯେ, ଅଭିଯୁକ୍ତ ଅନୁଜ ନିଜକୁ ଅବିବାହିତ ବୋଲି କହିଥିଲା | ଫେସବୁକ ପ୍ରୋଫାଇଲରେ ମଧ୍ୟ ବହୁତ ପୁରୁଣା ଫଟୋ ଥିଲା | ଫ୍ଲାଟକୁ ଗଲାପରେ ପୀଡିତା ଜାଣିବାକୁ ପାଇଲେ ଯେ, ଅନୁଜର ୧୪ ବର୍ଷ ବୟସର ଦୁଇ ଛୁଆ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.