ନୂଆଦିଲ୍ଳୀ, ୨୯/୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ମୃତ ଶ୍ରଦ୍ଧାଙ୍କୁ ନ୍ୟାୟ ପାଇଁ ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି। ଏହାରି ମଧ୍ୟରେ ଶ୍ରଦ୍ଧାଙ୍କୁ ନ୍ୟାୟ ଦାବିରେ ଦକ୍ଷିଣ ଦିଲ୍ଲୀ ଛତରପୁରରେ ହିନ୍ଦୁ ଏକତା ମଞ୍ଚ ତରଫରୁ ଏକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । କିନ୍ତୁ ଏଠାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏଠାରେ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଜୋରଦାର ହଙ୍ଗାମା। ମହାପଞ୍ଚାୟତକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ମହିଳା ସଭାମଞ୍ଚରେ ଜଣେ ବ୍ୟକ୍ତିଙ୍କୁ ଚପଲରେ ପିଟିଥିଲେ। ପ୍ରକୃତରେ ମହିଳାଙ୍କ ଝିଅ ଏହି ବ୍ୟକ୍ତିଙ୍କ ପୁଅ ସହ ଫେରାର୍ ହୋଇଯାଇଥିଲେ। ଉଭୟ ବିବାହ ମଧ୍ୟ କରିସାରିଛନ୍ତି।
ଆଉ ମଞ୍ଚରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତିଙ୍କୁ ଦେଖି କ୍ରୋଧରେ ଜର୍ଜରିତ ହୋଇଉଠିଥିଲେ ଏବଂ ତାଙ୍କୁ ଚପଲରେ ପିଟିଥିଲେ। ମହିଳାଙ୍କ ଅନୁଯାୟୀ ଏମାନେ ତାଙ୍କୁ ତାଙ୍କ ଝିଅ ସହ ମଧ୍ୟ ଦେଖାକରିବାକୁ ଦେଉନାହାଁନ୍ତି ବରଂ ଧମକ ଦେଉଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିଥିବା ନେଇ ମଧ୍ୟ କହିଛନ୍ତି।
wp:embed {"url":"https://twitter.com/i/status/1597507615046897664","type":"rich","providerNameSlug":"twitter","responsive":true} /wp:embed