ଦୁଷ୍କର୍ମ ଉଦ୍ୟମର ପ୍ରତିବାଦ କରିବାରୁ ମହିଳାଙ୍କୁ ପିଲା ଚୋର କହି ନିସ୍ତୁକ ମାଡ଼

Published By : Prameya-News7 Bureau | June 24, 2018 IST

ପିଲା ଚୋରି ମାମଲାର ସାଂଘାତିକ ସତ ଫିଟିଛି । ଦୁଷ୍କର୍ମ ଉଦ୍ୟମର ପ୍ରତିବାଦ କରିବାରୁ ମହିଳାଙ୍କୁ ପିଲା ଚୋର କହି ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଗେ।ପବନ୍ଧୁ ପଲ୍ଲୀରେ ମହିଳାଙ୍କୁ ପିଲା ଚେ।ର ସନ୍ଦେହରେ ମାଡ ଘଟଣାର ସତ ପଦାକୁ ଆସିଛି । ଘଟଣାରେ ବାପ ଏବଂ ୨ ପୁଅଙ୍କୁ ଗିରଫ କରିଛି ପେ।ଲିସ୍ । ଗତ ୧୭ ତାରିଖରେ ଜଣେ ମହିଳା କୁଲି କାମ ସାରି ରାତି ୧୦ଟାରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଲେ କିଛି କାମୁକ । ତାଙ୍କୁ ଅସଦାଚରଣ ସହ ନିସ୍ତୁକ ପିଟିଥିଲେ ଅଭିଯୁକ୍ତମାନେ । ମାଡ଼ରେ ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ଏବେ ମୁହଁ ଖୋଲିଛନ୍ତି ପୀଡିତା । ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.