Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇଛା ଶକ୍ତି ଆଗରେ ହାର ମାନିଲା ପୀଡା : ପ୍ରସବର ମାତ୍ର କିଛି ଘଣ୍ଟା ପରେ ପରୀକ୍ଷା ଦେବାକୁ ଗଲେ ମହିଳା

9/06/2019 at 5:48 PM

ଯଦି ଆପଣ କିଛି କରିବା ପାଇଁ ଦୃଢ ପ୍ରତିଶୃତିବଦ୍ଧ ତାହେଲେ ଯେତେ କଷ୍ଟ ହେଉନା କାହିଁକି ଆପଣ ନିଶ୍ଚୟ କରିବେ । ଏହିଭଳି ଏକ ଘଟଣା ପ୍ରମାଣ କରିଛନ୍ତି ଆଗ୍ରା କାଗାରୌଲ ଅଞ୍ଚଳର ପ୍ରିୟଙ୍କା ବର୍ମା । ଶିଶୁ ପ୍ରସବର ଠିକ ୮ ଘଣ୍ଟା ପରେ ସେ ବିଟିସି ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ । ପ୍ରସବ ପୀଡା ସହି, କିଛି ନ ଖାଇ ନ ପିଇ ଗୋଟିଏ କି ଦୁଇଟି ନୁହେଁ ବରଂ ୩ଟି ପର୍ଯ୍ୟାୟରେ ପରୀକ୍ଷା ଦେଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ସାହସ ଦେଖି ପରୀକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ । ଛାତ୍ରଛାତ୍ରୀ ଏବଂ ପରୀକ୍ଷକ ପ୍ରିୟଙ୍କାଙ୍କ ସାହସକୁ ସଲ୍ୟୁଟ କରିଥିଲେ ।

ଡ଼ିଏଲଏଡ-୨୦୧୭ ତୃତୀୟ ସେମିଷ୍ଟାର ପରୀକ୍ଷା ଜୁନ ୭ ତାରିଖରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା । ପ୍ରିୟଙ୍କା ଶୁକ୍ରବାର ଦିନ ମଧ୍ୟ ଦୁଇଟି ପର୍ଯ୍ୟାୟ ପରୀକ୍ଷା ଦେଇଥିଲେ । ପରୀକ୍ଷାବେଳେ ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଯାଇଥିଲା । ପରିବାରଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ପ୍ରିୟଙ୍କା ଶିଶୁ ଜନ୍ମ ଦେଇଥିଲେ । ସେ ନିଜ ପରିବାର ଏବଂ ଡାକ୍ତରଙ୍କୁ କହିଥିଲେ ଯେ, ସେ ପରୀକ୍ଷା ଦେବା ପାଇଁ ଚାହୁଁଛନ୍ତି । ପ୍ରଥମେ ପରିବାର ଲୋକ ଅରାଜି ହୋଇଥିଲେ । କିନ୍ତୁ ପ୍ରିୟଙ୍କାଙ୍କ ପ୍ରବଳ ଇଛା ଶକ୍ତି ଆଗେ ହାର ରାଜି ହୋଇଯାଇଥିଲେ ।

ପ୍ରିୟଙ୍କା ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଂଚି ଯାଇଥିଲେ । ତାଙ୍କ ସହ ତାଙ୍କ ଶାଶୁ, ସାନ ଯା, ଦିଅର ଏବଂ ସ୍ୱାମୀ ସାଙ୍ଗରେ ଥିଲେ । ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପ୍ରିୟଙ୍କା ପରୀକ୍ଷା ଦେଇଥିଲେ । ଏହାପରେ ଘରକୁ ଆସିଥିଲେ ।

ହସ୍ପିଟାଲର ମୁଖ୍ୟ ଅଧିକ୍ଷକ ଡାକ୍ତର କଲ୍ୟାଣୀ ଦୀକ୍ଷିତ କହିଛନ୍ତି ଯେ, ସାମାନ୍ୟ ପ୍ରସବ ପରେ ମହିଳାଙ୍କୁ ୪୮ ଘଣ୍ଟା ଆରାମ କରିବା ଆବଶ୍ୟକ ହୋଇଥାଏ । କିନ୍ତୁ ପ୍ରିୟଙ୍କା ମାତ୍ର ୮ ଘଣ୍ଟା ଆରାମ କରିବା ପରେ ପରୀକ୍ଷା ଦେବା ପାଇଁ ପହଂଚି ଯାଇଥିଲେ ।

ଏନସି ବୈଦିକ ଇଣ୍ଟର କଲେଜର ପ୍ରଧାନଚାର୍ଯ୍ୟ ରାଜବୀର ସିଂହ ପ୍ରିୟଙ୍କାଙ୍କ ଇଛା ଶକ୍ତିକୁ ସେଲ୍ୟୁଟ କରିଛନ୍ତି । ପ୍ରିୟଙ୍କା ଯୁବପିଢ଼ି ପାଇଁ ପ୍ରେରଣାସ୍ରୋତ ବୋଲି ସେ କହିଛନ୍ତି । ପ୍ରିୟଙ୍କାଙ୍କ ପୂର୍ବରୁ ଦୁଇଟି ଝିଅ ଅଛନ୍ତି । ଏବେ ସେ ତୃତୀୟଥର ପାଇଁ ଝିଅ ଜନ୍ମ କରିଛନ୍ତି । ତାଙ୍କ ପରିବାର ବହୁତ ଭଲ, ତାଙ୍କୁ ପାଠ ପଢ଼ୁଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।

   Related Posts