ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପରକୀୟା ପ୍ରୀତି : ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର

20/10/2019 at 1:15 PM

ନିଶ୍ଚିନ୍ତକୋଇଲି ୨୦।୧୦: ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ଜିଲ୍ଲା କୁମୁଡ଼ା ଜୟପୁର ଫାଣ୍ଡି ଅଧିନ ଜୟପୁର ଗାଁର ଝିଲ୍ଲୀ ଜେନା ନାମକ ମହିଳା ବିରୂପା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସ୍ଥାନୀୟ ଲୋକ ସମ୍ପୃକ୍ତ ମହିଳାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ବାମୀଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଯେ।ଗୁଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

ସ୍ବାମୀ ଟୁଟୁ ଜେନାଙ୍କର ଦୀର୍ଘ ଦିନ ଧରି ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଅଛି । ଏହାକୁ ନେଇ ବାରମ୍ବାର ସ୍ବାମୀଙ୍କୁ ତାଗିଦ୍ କରିଥିଲେ ଝିଲ୍ଲୀ ।

ତେବେ ସ୍ବାମୀଙ୍କର କୌଣସି ପରିବର୍ତ୍ତନ ନଆସିବାରୁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି । ଝିଲ୍ଲୀ ଜେନା ୬ ବର୍ଷ ତଳେ ଟୁଟୁ ଜେନାକୁ ବିବାହ କରିଥିବା ବେଳେ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି ।

   Related Posts