ତୀର ମାଡରେ ମହିଳା ଗୁରୁତର
7/06/2018 at 6:31 AM

ଘସିପୁରା ଥାନା କାଠପାଳ ଗାଁରେ ତୀର ମାଡରେ ଜଣେ ମହିଳା ଗୁରୁତର ଆହତ । ଗୁରୁତର ମହିଳାଙ୍କୁ ପ୍ରଥମେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଓ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆହତ ମହିଳା କାଠପାଳ ଗାଁର ସାରୁନା ଜେନାଙ୍କ ସ୍ତ୍ରୀ ଅଲି ଜେନା । ଗତକାଲି ରାତିରେ ଦେଢଶୁର ଅମର ଜେନାଙ୍କ ସହ ସେହି ଗାଁର ଅଭିନ୍ନ ଜେନାଙ୍କ ସହ ଝଗଡା ଲଗିଥିଲା । ଏହି ସମୟରେ ସମୟରେ ଉଭୟ ସ୍ବାମୀ ସ୍ତ୍ରୀ ସାରୁନା ଓ ଅଲି ଝଗଡା ଛଡାଇଥିଲେ । ଏହି ସମୟରେ ହଠାତ୍ ଅଭିନ୍ନ ଏମାନଙ୍କ ଉପରକୁ ତିରମାଡ କରିଥିଲା । । ତୀରଟି ଯାଇ ଅଲି ପିଠିରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ । ତେବେ ଏ ସମ୍ପର୍କରେ ପୋଲିସ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହୋନାହିଁ ।
Related Posts
ମଇଁଷି ଶିକାର କଲା ମହାବଳ ବାଘ, ଭୟଭୀତ ଲୋକେ
26 March 2023