scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

20/11/2023 at 11:06 PM

ଉମରକୋଟ: ନୃତ୍ୟ କଳାକାରଙ୍କୁ ଘର ଭିତରେ ପଶି ଛୁରା ମାଡ଼ କରି ଚାଲିଗଲେ ତା ପ୍ରେମିକ । ଉମରକୋଟ UV 52 ନମ୍ବର ଗ୍ରାମରେ ଚାଲିଥିବା କାଳୀ ପୂଜାରେ ନୃତ୍ୟ ପରିବେଷଣ କରିବାକୁ ପୁରୀ ରୁ ଆସିଥିବା ଜୟ ମାଁ କାଲୀ ନାମକ ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼ ।

ଆହୁରି ପଢ଼ନ୍ତୁ: ପାଣି ଟାଙ୍କିରୁ ମିଳିଲା ଦୁଇଟି କଙ୍କାଳ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ସୂଚନା ଅନୁଯାୟୀ, ଏହି ଡ୍ୟାନ୍ସଗ୍ରୁପ ଗତକାଲି ରାତିରେ ରାଇଘର ଅଞ୍ଚଳର ପୂଜାରେ ନୃତ୍ୟ ସରିବା ପରେ ଆଜି ଉମରକୋଟରେ ଥିବା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛପଟ ଏକ ଘରେ ରହୁଥିଲେ । ଏହି ସମୟ ରେ ଲିପ୍ସା ନାୟକ ନାମକ ଜଣେ ଡ୍ୟାନ୍ସରକୁ ତା ପ୍ରେମିକ ରୋହିତ ସିଂ ପାଚେରୀ ଡେଇଁ  ଘର ଭିତରେ ପଶି ଲିପ୍ସାକୁ ଛୁରା ମାଡ଼ କରି କୁଆଡେ ଫେରାର ହୋଇଯାଇଛି । ତେବେ ରୋହିତର ଘର ବିହାର ହୋଇଥିବା ବେଳେ ଦୁଇ ବର୍ଷ ପୂର୍ବରୁ ସେ ଲିପ୍ସାଙ୍କୁ ଉତ୍ତର ପ୍ରଦେଶରେ ଏକ କାର୍ଯ୍ୟକ୍ରମ ରେ ଦେଖିଥିଲା ଓ ଲିପ୍ସା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେବେଠାରୁ ଲିପ୍ସା ଜୁଆଡେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ ।

ବର୍ତ୍ତମାନ ଉମରକୋଟ ଆସି ଏପରି କାଣ୍ଡ ଘଟାଇଛି ବୋଲି ତାଙ୍କ ସହ କଳାକାର ମାନେ କହିଛନ୍ତି । ଏ ସଂପର୍କରେ ଉମରକୋଟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଉମରକୋଟର ଅଜୟ ହାଲଦାର୍ ନାମକ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଝିଅ ମାନଙ୍କୁ ଆଣି ଏହି ନୃତ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ଜଣା ପଡିଛି । ଏ କଥା ସେ ନିଜେ ସ୍ବୀକାର କରିଛନ୍ତି । ଏଥିପାଇଁ ତାଙ୍କ ପାଖରେ କୌଣସି ପ୍ରଶାସନିକ ଅନୁମତି ନଥିବା ସେ ମାନିଛନ୍ତି । 

   Related Posts