ଘରେ ପଶି ମହିଳାଙ୍କୁ ମାଡ ଅଭିଯୋଗ ; ନ୍ୟାୟ ପାଇଁ ଏସପିଙ୍କୁ ଗୁହାରୀ କଲେ ମହିଳା
18/01/2019 at 3:11 PM

ରଣପୁର ୧୮|୧: ନ୍ୟାୟ ପାଇଁ ଏସ୍ପିଙ୍କୁ ଗୁହାରୀ କଲେ ମହିଳା । ଜଣେ ସ୍ଥାନୀୟ ବ୍ୟକ୍ତି ଘରେ ପଶି ମାଡ ମାରିଥିବା ମହିଳା ଅଭିଯୋଗ କରିଛନ୍ତି । ନୟାଗଡ ଜିଲ୍ଲା ରଣପୁର ଥାନା ସୁଭଦ୍ରାପୁର ଗାଁର ଘଟଣା । ଏହି ଗାଁରେ ପ୍ରଦୀପ ଦାଶ ପରିବାର ସହ ରୁହନ୍ତି । ଗତ ୬ତାରିଖରେ ତାଙ୍କ ପଡୋଶୀ କୈଳାସ ତ୍ରିପାଠୀ ଘରେ ପଶି ପ୍ରଦୀପ ଏବଂ ତାଙ୍କ ପତ୍ନୀ ନମିତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୋଗ ପରେ ସ୍ଥାନୀୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ପୀଡିତା ମହିଳା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାଡ ମାରିବା ଘଟଣାର ଭିଡିଓ ପ୍ରମାଣ ସହ ଅଭିଯୋଗ କରିଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶରଣକୁଳ ଏସ୍.ଡି.ପି.ଓ. କହିଛନ୍ତି ।
Related Posts
ଶନିବାରଠୁ ରାଜ୍ୟରେ ବଢିବ ତାତି, କମିବ ଶୀତ: ୧୧ ଯାଏଁ ରହିବ ଖରାର ପ୍ରକୋପ
4 February 2023
ବାଇକ୍ ଓ କାର୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୬ ଆହତ
4 February 2023